ଅଚାନକ ଜଳିଗଲା କୋଇଲା ବୋଝେଇ ଟ୍ରେନ
ଅଚାନକ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ । କାଳୁପଡ଼ାଘାଟ ରେଳ ଷ୍ଟେସନରେ ଅଟକି ରହିଥିବା ଏକ କୋଇଲା ବୋଝେଇ ଟ୍ରେନରେ କୌଣସି କାରଣବଶତଃ ହଠାତ ନିଆଁ ଲାଗିଛି।
(ଟାଙ୍ଗି) : ଅଚାନକ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ । କାଳୁପଡ଼ାଘାଟ ରେଳ ଷ୍ଟେସନରେ ଅଟକି ରହିଥିବା ଏକ କୋଇଲା ବୋଝେଇ ଟ୍ରେନରେ କୌଣସି କାରଣବଶତଃ ହଠାତ ନିଆଁ ଲାଗିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦୀର୍ଘ ଦିନ ହେବ ଏହି ମାଲଗାଡି ରେଳ ଟ୍ରାକ ରେ ଅଟକି ରହିଥିବା ବେଳେ ଆକସ୍ମିକ ଗୋଟିଏ ପରେ ଗୋଟିଏ ବଗି ନିଆଁ ଲାଗୁଥିବା ଅଞ୍ଚଳବାସୀ କହିଛନ୍ତି।

କାଳୁପଡ଼ାଘାଟ ରେଳ ଷ୍ଟେସନର ୪ ନମ୍ବର ରେଳ ଟ୍ରାକରେ ଅଟକି ରହିଥିବା ଏକ କୋଇଲା ବୋଝେଇ ମାଲଗାଡିର ଏକ ବଗିରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡ ପରେ ଟାଙ୍ଗୀ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଅତ୍ୟାଧିକ ଗରମ ହେତୁ କୋଇଲା ବଗିରେ ନିଆଁ ଲାଗୁଥିବା ସନ୍ଦେହ ହେଉଛି।