ଶେଷହେଲା ବାହୁଡା, ପୁରୀବାସୀଙ୍କୁ ଧନ୍ୟବାଦ ଦେଲେ ଡିଜି

ଗୋପ/ ଜୟନ୍ତ କୁମାର ସେଠୀ : ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। ସେବାୟତଙ୍କ ସହଯୋଗ ଓ ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁକିଛି ଭଲରେ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ପୋଲିସ ଡ଼ିଜି କହିଛନ୍ତି। ତେବେ ପୁରୀବାସୀ କୋଭିଡ ଗାଇଡଲାଇନ ମାନିଥିବାରୁ ଡିଜି ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଅନ୍ୟପଟେ ମହାପ୍ରଭୁଙ୍କ ସୁନା ବେଶ ମଧ୍ୟ ଶାନ୍ତି ଶୃଙ୍ଖଳାରେ ଶେଷ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି। ସେହିପରି ପୁରୀରେ ବାହୁଡା ଓ ସୁନା ବେଶକୁ ନେଇ ହୋଇଥିବା କଟକଣା କୋହଳ ହେବ । କେବଳ ଶ୍ରୀମନ୍ଦିର ଚାରିପାଖରେ କର୍ଫ୍ୟୁ ରହିବ। ଆସନ୍ତା କାଲି ସକାଳ ୬ ଟା ରୁ ଏହି ନୀୟମ ଲାଗୁ ହେବ ବୋଲି ପୁରୀ ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ସେପଟେ ପୋଲିସ ଡ଼ିଜି ଅଭୟ ପୁରୀ ସହର ବାସୀ ଙ୍କୁ ଧନ୍ୟବାଦ ଦେଇଛନ୍ତି। ସୁନା ବେଶ ସମେତ ଅନ୍ୟ ସମସ୍ତ ନୀତି ଶୃଙ୍ଖଳା ରେ ଶେଷ ହେବ ବୋଲି ସେ ଆଶା ରଖିଛନ୍ତି।