(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ ସ୍କାଇ ଉଜ୍ ପିଙ୍କ’ର ଟ୍ରେଲର ଆଜି ରିଲିଜ ହୋଇଛି । ଦୀର୍ଘ ଦିନ ପରେ ପ୍ରିୟଙ୍କା ଚୋପ୍ରା ବଲିଉଡ଼ ଇଣ୍ଡଷ୍ଟ୍ରିଜକୁ ଫେରିଛନ୍ତି । ତେବେ ଫିଲ୍ମ ଭାରତରେ ଯଦି ପ୍ରିୟଙ୍କାଙ୍କୁ ଦେଖିବାର ସ୍ପପ୍ନ ପୂରଣ ହୋଇପାରିଲା ନାହିଁ, କିନ୍ତୁ ଏହି ଥର ଆଉ ଦର୍ଶକ ନିରାଶ ହେବେ ନାହିଁ । ଫିଲ୍ମରେ ପ୍ରିୟଙ୍କାଙ୍କ ସହିତ ଫରହାନ ଅଖତର ଏବଂ ଜାୟରା ବସୀମ ମୁଖ୍ୟ ଚରିତ୍ରରେ ନଜର ଆସିବେ ।
ଫିଲ୍ମର ଟ୍ରେଲରକୁ ପିୟଙ୍କା ଚୋପ୍ରା ତାଙ୍କ ସୋସିଆଲ ମିଡ଼ିଆ ଆକାଉଂଟରେ ଶେଞାର କରିଛନ୍ତି । ଫିଲ୍ମ ସିନେମାଘରେ ୧୧ ଅକ୍ଟୋବରକୁ ରିଲିଜ ହେବ । ଫିଲ୍ମର କାହାଣୀ ପ୍ରାୟ ଇମୋଶନାଲ । ଏଥିରେ ଏକ କନଲ ନିଜ ପିଲାର ଅସୁସ୍ଥ ଶରୀରକୁ ନେଇ କେତେ ସମସ୍ୟାର ଥିବେ ତାହା ଦେଖିବାକୁ ମିଳିବ । ଏହି ଫିଲ୍ମ ମୋଟିଭେସନ ସ୍ପିକର ଆୟଶା ଚୌଧରୀଙ୍କ ଜୀବନୀ ଉପରେ ଆଧାରିତ । ତେଣୁ କରି ଏହା ଦର୍ଶକଙ୍କ ମନୁ ଛୁଇଁବ ବୋଲି ଆଶା କରାଯାଉଛି । ସେହିପରି ଫିଲ୍ମ ଟି ଆଗକୁ ରିଲିଜ ହେବ ଏବଂ ଭଲ ରେସପନ୍ସ କରିବ ବୋଲି ଆଶା କରାଯାଉଛି ।