କୃଷକଙ୍କୁ ଉଚିତ ପ୍ରାପ୍ୟ ମିଳୁ ,ନ ହେଲେ ୨୪ ନିର୍ବାଚନରେ କୃଷକ ମାନେ ଉଚିତ ଜବାବ ଦେବେ ;ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ବିଜେଡି
ଭୁବନେଶ୍ୱର; ଚାଷୀଙ୍କ ପାଇଁ ୩ଦଳ ପରସ୍ପରକୁ ଟାର୍ଗେଟ କଲେ । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଚାଷୀଙ୍କ ହକ୍ ପାଇଁ ଲଢୁଥିବା ନେଇ ଗର୍ଜନ କରୁଥିବା ବେଳେ ବିଧାନସଭାର ମୌସୁମୀ ଅଧିବେଶନରେ ଏହାକୁ ସରଗରମ ହୋଇଛି ରାଜନୀତି । ସେହିପରି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ କହିଛନ୍ତି ,ଓଡିଶାକୁ ଗୋଟିଏ ଖାଦ୍ୟ ବଳକା ରାଜ୍ୟ ଭାବରେ ପରିଗଣତି କରିବା ଥିବା ବ୍ୟକ୍ତି ଆମ କୃଷକ । ଯେଉଁମାନେ ଆଜି ଖାଦ୍ୟ ଶସ୍ୟ ଉତ୍ପାଦନ କରି ଓଡିଶାକୁ ଭାତ ହାଣ୍ଡି ଭାବେ ଭାରତ ରେ ପରିଚିତ କରିଛନ୍ତି । କୃଷକ ମାନଙ୍କ କଥାକୁ ରାଜ୍ୟ ବିଜେପି ନିର୍ବାଚନ ଏବଂ ଉପ ନିର୍ବାଚନ ବେଳେ ସ୍ୱତନ୍ତ୍ର ଭାବେ ମନେ ପକାନ୍ତି । କଣ ପ୍ରତିଶୃତି ଦେଇଥିଲେ ମନେ ପକାନ୍ତି ନାହିଁ । ନିର୍ବାଚନ ସମୟରେ କୁମ୍ଭୀର କାନ୍ଦଣା କାନ୍ଦନ୍ତି ବୋଲି କହିଛନ୍ତି ସ୍ନେହାଙ୍ଗିନୀ ଛୁରୀଆ । ୨୦୧୭ ମସିହା ମାର୍ଚ୍ଚ ୨୫ ରେ ସର୍ବସମ୍ମତି କ୍ରମେ ବିଧାନସଭାରେ ପାରିତ ହୋଇଥିଲା MSP ୨୯୩୦ କରିବା ପାଇଁ । ସାଢେ ୬ ବର୍ଷ ବିତିଗଲାଣି ଏ ପର୍ୟ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି କେନ୍ଦ୍ର ସରକାର । ରାଜ୍ୟ ବିଜେପି ର କୌଣସି ଆଭିମୁଖ୍ୟ ସ୍ପଷ୍ଟ ନାହିଁ । କେନ୍ଦ୍ର କୃଷି ମନ୍ତ୍ରୀ କିମ୍ବା କେନ୍ଦ୍ର ସରକାର ଙ୍କ ପାଖରେ ଦାବି କରୁନାହାନ୍ତି । ଉଷୁନା ଚାଉଳ ସରପ୍ଲସ ଏ ପର୍ୟ୍ୟନ୍ତ FCI ଉଠାଣ କରିନାହାନ୍ତି । ୨୮ ଲକ୍ଷ ମେଟ୍ରିକ ଟନ ଚାଉଳ FCI ନବା କଥା ମାତ୍ର ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ଏ ପର୍ଯ୍ୟନ୍ତ ନେଇଛନ୍ତି । ଆଉ ୧୩ ଲକ୍ଷ ମେଟ୍ରିକ ଟନ ଚାଉଳ ଏ ପର୍ଯ୍ୟନ୍ତ ଉଠାଣ ହେଇନି । କେନ୍ଦ୍ର ସରକାର ଙ୍କ ଠାରୁ ଯାହା ଟଙ୍କା ପାଇବା କଥା ଆମେ ପାଇନାହୁଁ । ୧୪ କୋଟି ସବସିଡି ବାବଦ କୁ ଏବଂ ୬ କୋଟି ଟଙ୍କା ସୁଧ ବାବଦ କୁ ତାହା ଏପର୍ୟ୍ୟନ୍ତ ଦେଲେ ନାହିଁ । କୃଷକ ମାନଙ୍କୁ ସଠିକ ସମୟ ରେ ସାର ନ ମିଳିଲେ ସେମାନେ ଚାଷ କରିବେ କେମିତି । ସବୁବେଳେ ଟାଳ ଟୁଳ ନୀତି ଆପଣାଉଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଯେଉଁ କ୍ଷତି ପୂରଣ ଦେବା କଥା ସେଥିରେ ବି ଟାଳ ଟୁଳ ନୀତି ଆପଣାଉଛନ୍ତି । ଦୁଃଖ ର ସହ ମୁଁ କହୁଛି ସଂସଦ ରେ ବିଜେପିର ୮ ଜନ ସାଂସଦ ଅଛନ୍ତି ପଶ୍ଚିମ ଓଡିଶାରୁ ୫ ଜଣ ସାଂସଦ ଅଛନ୍ତି । କୃଷକ ମାନଙ୍କ ଭୋଟରେ ଜିତିଥିବା ବେଳେ ସେମାନଙ୍କ ପାଇଁ କଣ କରୁଛନ୍ତି । କୃଷକଙ୍କୁ ଉଚିତ ପ୍ରାପ୍ୟ ମିଳୁ ନ ହେଲେ ୨୪ ନିର୍ବାଚନ ରେ କୃଷକ ମାନେ ଉଚିତ ଜବାବ ଦେବେ ବୋଲି କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।