ପାରିବାରିକ କଳହର କରୁଣ ପରିଣତି

ନୂଆପଡା:  ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାରା ଗାଁରେ ଅଘଟଣ । ଜଣେ ବାପା ନିଜର ୧୩ ବର୍ଷୀୟ ନାବାଳିକା ଝିଅକୁ ତଣ୍ଟି ଚିପି ହତ୍ୟା କରିଛି । ପାରିବାରିକ କଳହକୁ ନେଇ ହତ୍ୟା କରିଥିବା ସନ୍ଦେହ ।

ସୂଚନା ଅନୁଯାୟୀ, ଆଜି କେନ୍ଦୁବାହାରା ଗାଁର ଗଜାନନ ମାଝୀ ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀ ଗୋପପୁରୀ ମାଝୀଙ୍କ ସହ ଗଣ୍ଡଗୋଳ କରିଥିଲା । ଗଣ୍ଡଗୋଳର ସମାଧାନ ପାଇଁ ତାଙ୍କ ନାବାଳିକା ଝିଅ ଆସିବାରୁ ବାପା ଗଜାନନ ଉତ୍ତ୍ୟକ୍ତ ହୋଇ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଧରମବନ୍ଧା ପୋଲିସ ହତ୍ୟାକାରୀ ବାପାକୁ ଥାନାରେ ଅଟକ ରଖି ପଚରା ଉଚୁରା ଜାରିରଖିଛି ।