ପଞ୍ଚାୟତ ନିର୍ବାଚନ: ୩୦୦ଜଣଙ୍କୁ ନେଇ କରିପାରିବେ ରାଜନୈତିକ ସଭା
ଏଣିକି ୨୦ ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ ପ୍ରାର୍ଥୀ
ଭୁବନେଶ୍ୱର: ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ଏହାରି ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କଟକଣା କୋହଳ ନେଇ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ଏଣିକି ୨୦ ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ ପ୍ରାର୍ଥୀ । ଏହାସହ ୩୦୦ଜଣଙ୍କୁ ନେଇ ରାଜନୈତିକ ସଭା ହୋଇପାରିବ । ପୂର୍ବପରି ରାଲି, ବାଇକ ରାଲି, ପଦଯାତ୍ରା ଉପରେ କଟକଣା ବଳବତ୍ତର ରହିଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ୫ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନିଂ କରିବାକୁ ଅନୁମତି ଥିଲା । କରୋନ ସଂକ୍ରମଣ କମିବା ପରେ କଟକଣା କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏଥର ୫ଟି ପର୍ଯ୍ୟାୟରେ ଭୋଟିଂ ହେବ । ଏଥିପାଇଁ ୮୦ରୁ ୯୦ ପ୍ରତିଶତ ପୋଲିଂ କର୍ମଚାରୀଙ୍କୁ ପ୍ରିକସନ ଡୋଜ ଦିଆଯାଇଛି । ଅନ୍ୟପଟେ ସମସ୍ତ ପୋଲିଂ କର୍ମଚାରୀଙ୍କ ଟ୍ରେନିଂ ସାରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ନିର୍ବାଚନ କମିଶନର ।