ଓଡିଶାରେ କେନ୍ଦ୍ରୀୟ ନେତାଙ୍କ ଜମୁଛି ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର: କେନ୍ଦ୍ରୀୟ ନେତାଙ୍କ ଘନଘନ ଓଡିଶା ଗସ୍ତ । ଓଡିଶା ଆସି କରୁଛନ୍ତି ନିର୍ବାଚନୀ ପ୍ରଚାର , ମାଗୁଛନ୍ତି ଦଳିୟ ପ୍ରାର୍ଥୀଙ୍କ ପାଇଁ ଭୋଟ । ଏହି କ୍ରମରେ ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି। ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

ଆସନ୍ତାକାଲି ସ୍ମୃତି ଇରାନୀ ପ୍ରଥମେ ପାରାଦୀପର କୁଜଙ୍ଗଠାରେ ଜନସଭାରେ ଯୋଗ ଦେବେ। ସେଠାରୁ ସଭା ସାରି କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଆଳିରେ ନିର୍ବାଚନୀ ସଭାରେ ଯୋଗଦେବେ। ଏହାପରେ ରେମୁଣାର ଥିବା କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସ୍ମୃତି ଇରାନୀ ନିର୍ବାଚନୀ ସଭାରେ ଶୁଭଦ୍ରା ଯୋଜନା କ’ଣ ଓ ରାଜ୍ୟ ବିଜେପି ସରକାରକୁ ଆସିଲେ ମହିଳାମାନେ କିପରି ଶୁଭଦ୍ରା ଯୋଜନା ପାଇପାରିବେ ସେନେଇ ରାଜ୍ୟବାସୀଙ୍କୁ  ଅବଗତ କରାଇବେ।