ଥରିଲା ଉତ୍ତର-ପୂର୍ବ ଭାରତ

(ମମତା ସାମଲ) : ଆଜି ଉତ୍ତର -ପୂର୍ବ ଭାରତର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରତା ୫.୫ ରହିଥିଲା। ଆଜି ସକାଳ ପ୍ରାୟ ୧୦ଟା ୨୨ମିନିଟ୍ ୧୫ ସେକେଣ୍ଡ ପର୍ୟ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା କୋକରାଝର। ବିହାର, ଆସାମ, ପଶ୍ଚିମବଙ୍ଗ, ନାଗାଲାଣ୍ଡ, ମଣିପୁର, ସିକ୍କିମ ଓ ଅରୁଣାଚଳ ପ୍ରଦେଶର ଅନେକ ସ୍ଥାନରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିଯୋଗୁଁ କୌଣସି ସ୍ଥାନରେ କିଛି କ୍ଷତି ଘଟିଥିବା ନେଇ କୌଣସି ସୂଚନା ଆସି ନାହିଁ।

ସେହିପରି ଏହା ପୂର୍ବରୁ ଆଜି ସକାଳ ପ୍ରାୟ ୫ଟା ୧୫ ମିନିଟ୍ରେ ଜମ୍ମୁ-କଶ୍ମୀର ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୪.୬ ରହିଥିଲା। ସେହିପରି ହରିୟାଣାରେ ସକାଳ ୫ଟା ୪୩ ମିନିଟ୍ରେ ଭୂକମ୍ପ ହୋଇଥିଲା। ଏହାର ତୀବ୍ରତା ୩.୧ ଥିଲା।