ଥରିଲା ଚୀନର ୟୁନାନ ଅଞ୍ଚଳ । ଆଜି ସକାଳ ସମୟରେ ଏକ ଭୂସ୍ଖଳନ ହୋଇଥିବା କୁହାଯାଉଛି । ଯେଉଁଥିଲେ ୨ଜଣଙ୍କ ଉଚ୍ଛ ଦେହ ମାଟିତଳୁ ଉଦ୍ଧାର କରାଯାଉଥିବା ବେଳେ ମତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଂକା କରାଯାଉଛି । ସୂଚନା ଅନୁଯାୟ୍ରୀ, ମୋଟ ମାଟି ତଳୁ ୫ଶହ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅହୁରି ଅନେକ ଲୋକ ମାଟି ତଳେ ପୋତି ହୋଇଥିବା କୁହାଯାଉଛି । ବର୍ତ୍ତମାନର ଖବର ଅନୁଯାୟୀ ଏହି ଭୂସ୍ଖଳନରେ ୧୩ ଟି ଘର ମାଟିତଳେ ପୋତି ହୋଇଯାଇଥିବା ଦେଖାଯାଇଛି । ତେବେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ୨୦୦ ଯବାନ ନିୟୋଜିତ ହୋଇଥିବା କୁହାଯାଉଛି । ସେଠାରେ ତାପମାତ୍ରା ମାଇନସ ୪ଡିଗ୍ରୀ ସେଲସିୟସ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଥିବା କୁହାଯାଉଛି ।