ଶରୀରରୁ ପାଣି ଅଂଶ କମିଗଲେ କ୍ଷୁର୍ଣ୍ଣ ହୋଇ ପାରେ ଯୁବାପଣ

(ଶୁଭସ୍ମିତା ଦାଶ): ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ସହିତ ପାଣିର ଆବଶ୍ୟକତା ରହିଛି । ଶରୀରକୁ ଦିନକୁ ୩ ଲିଟର ପାଣିର ଆବଶ୍ୟକତା ରହିଛି । ମାତ୍ର ଶରୀରରୁ ପାଣି ଅଂଶ କମ୍‌ ହେଲେ ନାନା ରୋଗ ସୃଷ୍ଟି ହୋଇପାରେ। ଗ୍ୟାସ୍‌ରୁ ନେଇ, ବିଭିନ୍ନ ଧରଣର ପେଟ ସମସ୍ୟାର ମୁଖ୍ୟ କାରଣ ହୋଇଥାଏ କମ୍‌ ପରିମାଣର ପାଣି ପିଇବା। କେବଳ ସେତିକି ନୁହେଁ, କମ ପାଣି ପିଉଥିବା ବ୍ୟକ୍ତି ଖୁବ୍‌ କମ୍‌ ବୟସରେ ନିଜର ଯୁବାପଣ ହରାଇ ଥାଆନ୍ତି। ସେମାନଙ୍କ ଶରୀରରେ ଖୁବ୍‌ ଶୀଘ୍ର ବାର୍ଦ୍ଧକ୍ୟର ଛାପ ଦିଶେ। ତେବେ ଚାଲନ୍ତୁ ଜାଣିବା ଶରୀରରେ କେଉଁ ଭଳି ଭାବେ ପାଣି ଅଂଶର ସନ୍ତୁଳନ ଠିକ୍‌ ଭାବେ ରଖିପାରିବା।

ପ୍ରଚୁର ପାରିମାଣର ପାଣି ପିଅନ୍ତୁ। ଯୁଆଡ଼େ ବି ଯାଉଛନ୍ତି ସାଙ୍ଗରେ ପାଣି ବୋତଲ୍‌ ଧରି କରି ଯାଆନ୍ତୁ। ମଝିରେ ମଝିରେ କିଛି ସମୟରେ ଅନ୍ତରରେ ପାଣି ପିଇବାକୁ ଆଦୌ ଭୁଲନ୍ତୁ ନାହିଁ ।

ଖାଲି ପାଣି ପିଇଲେ ହେବ ନାହିଁ, ଆପଣଙ୍କୁ ପାଣି ଜାତୀୟ ଖାଦ୍ୟ ମଧ୍ୟ ଖାଇବାକୁ ହେବ। ତରୁଭୁଜ, ଫୁଟି କାକୁଡ଼ି, କାକୁଡ଼ି, ବିଲାତି ବାଇଗଣ ଆଦି ଖାଇଲେ ଶରୀର ପାଇଁ ଭଲ।

ଯଦି ଚା’ ଅଭ୍ୟାସ୍‌ ଅଛି ତେବେ ହର୍‌ବାଲ୍‌ ଚା’ ପିଅନ୍ତୁ। ସବୁଜ ଚା’, ନାଲି ଚା’ ପିଇଲେ କିଛି ଅସୁବିଧା ନାହିଁ ମାତ୍ର ଖିର କିମ୍ବା ଅମୁଲ ଚା’ ନପିଇଲେ ଭଲ।
ଖାଇବାର ଅଧଘଣ୍ଟା ପୂର୍ବରୁ ପାଣି ପିଅନ୍ତୁ। ଚେଷ୍ଟା କରନ୍ତୁ ଦିନରେ ପ୍ରଚୁର ପାଣି ପିଇ ରାତିରେ ପାଣି ଟିକେ୍‌ କମ୍‌ ପିଇବା ପାଇଁ।