ତାଳଚେର କଙ୍କିଳୀର ଦଶହରା ଏକ ନିଆରା ପରମ୍ପରା

ତାଳଚେର : ପ୍ରତି ବର୍ଷ ଆଶ୍ୱିନମାସ ଶୁକ୍ଳପକ୍ଷ ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ମା ଦୁର୍ଗାଙ୍କପୂଜା କରାଯାଏ । ଦେବୀ ତିନିଦିନ ପୂଜାପାଇବା ପରେ ଦଶମୀରେ ବିସର୍ଜନ ହୁଅନ୍ତି । ପର୍ବପର୍ବାଣୀ ସାମାଜିକ ଜୀବନକୁ ମଧୁମୟ ଓ ଆମୋଦିତ କରେ । ତେଣୁ ଧନୀଗରୀବ ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତି ପର୍ବ ପାଳନ କରିଥାନ୍ତି ।

ବର୍ତମାନ ତାଳଚେର ବ୍ଲକ କଙ୍କିଳୀ ଗ୍ରାମରେ ୭୩ ତମ ଶାରଦୀୟ ଦୁର୍ଗାପୂଜା ପାଳିତ ହେଉଛି l ଏହି ପାର୍ବଣରେ ପ୍ରତ୍ୟେକ ପାଇକ ଭାଇମାନେ ତାଙ୍କର ଅଧିଷ୍ଠାତ୍ରୀ ଦେବୀ ମା କନକ ଦୁର୍ଗାଙ୍କୁ ପୂଜା ଅର୍ଚ୍ଚନା କରି ଓ ହାତରେ ଅସ୍ତ୍ର ପରିଧାନ କରି ଆଖଡ଼ା ଖେଳ କରିଥାଆନ୍ତି l

ଐତିହ୍ୟ ପରମ୍ପରାକୁ ବଜାଇ ରଖିଥାଆନ୍ତି ଓ ନିର୍ବିଶେଷରେ   ପାଇକ ଭାଇମାନେ  ଏକତ୍ରିତ ହୋଇ ଗ୍ରାମ ପରିକ୍ରମା କରିବା ସହ ରାଜାଙ୍କୁ ଭେଟି କରିବା ପାଇଁ ବାହାରି ଆସନ୍ତି ତାଳଚେର ରାଜ ପ୍ରସାଦ।  ଦଶହରା ପଡ଼ିଆରେ ପଞ୍ଚାୟତର ଛୋଟ ପିଲାଠୁ ଆରମ୍ଭ କରି ଯୁବ ପୀଢ଼ି ପର୍ଯ୍ୟନ୍ତ ବିଭିନ୍ନ ଖେଳ କୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆନନ୍ଦ ଅନୁଭବ କରନ୍ତି  l

ଏଥିରେ ମୁଖ୍ୟ ଅତିଥି ଭାବରେ ତାଳଚେର ବିଧାୟକ  ବ୍ରଜକିଶୋର ପ୍ରଧାନ ଏହି ଦଶହରା ପର୍ବ ରେ ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ lମୁସଲମାନଙ୍କ ମହରମ, ଖ୍ରୀଷ୍ଟିଆନଙ୍କ ବଡ଼ଦିନ ପରି ଦଶହରା ବା ଦୁର୍ଗାପୂଜା ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ଓ ଏହି ଉତ୍ସବ ବିଜୟା ଦଶମୀ ନାମରେ ଖ୍ୟାତ । ହିନ୍ଦୁମାନଙ୍କ ପର୍ବପର୍ବାଣୀ ପଛରେ କିଛି ନା କିଛି ପୌରାଣିକ ଆଖ୍ୟାନ ରହିଛି ।

ଯେତେ ବେଳେ ତ୍ରିଭୁବନରେ ଶକ୍ତିଶାଳୀ ମହିଷାସୁର ରାକ୍ଷସର ଅତ୍ୟାଚାରରେ ଅତିଷ୍ଟ ହୋଇ ଉଠିଥିଲା ସେତେବେଳେ ମା ଦୂର୍ଗାଙ୍କ ଆବିର୍ଭାବ ହୋଇଥିଲା ଏବଂ ସେ ମହିଷାସୁରର ବଦ୍ଧ କରିଥିଲେ l ତେଣୁ କେଉଁ ଆବାହ ମାନ କାଳ ରାଜା ରାଜୁଡ଼ା ଅମଳରୁ ମା ଦଶ ଭୂଜାଙ୍କ ଦଶହରା ତାଳଚେରରେ ଏକ ନିଆରା ପରମ୍ପରା ପୂର୍ବ ପୁରୁଷରୁ ଆଜି ପର୍ଯ୍ୟନ୍ତ ମାଙ୍କ ବିଜୟା ଦଶମୀ ବା ଦଶହରା ଭାବରେ ପାଳିତ ହୋଇ ଆସୁଛି l