ପୁଣି ଟାଇମ୍ ମାଗାଜିନରେ ସ୍ଥାନ ପାଇଲେ ଦୀପିକା ପାଦୁକୋନ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ଦଂଡାର ଲୁକପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ।

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ଦଂଡାର ଲୁକପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ସେ ବର୍ତ୍ତମାନ ପ୍ରଥମ ଭାରତୀୟ ସେଲିବ୍ରିଟି ହୋଇନ୍ତି ଯିଏକି ଟାଇମ୍ ମାଗାଜିନ୍ ୧୦୦ ଇମ୍ପାକ୍ଟ ଆୱାର୍ଡର ପପୁଲାର୍ ଲିଷ୍ଟରେ ଦୁଇଥର ସାମିଲ ହୋଇଛନ୍ତି।

ସୂଚନାନୁଯାୟୀ, ଇଣ୍ଟରନେସନାଲ୍ ଟାଇମ ମାଗାଜିନ୍‌ ୨୦୨୨ର ୧୦୦ ଇମ୍ପାକ୍ଟ ଆୱାର୍ଡ ପାୱାର ଲିଷ୍ଟ ପ୍ରକାଶ ପାଇଛି। ଦୀପିକା ଟାଇମ୍ ମାଗାଜିନ୍ ଦ୍ୱାରା ଦୁଇଥର ସମ୍ମାନିତ ହୋଇଥିବା ପ୍ରଥମ ଭାରତୀୟ ସେଲିବ୍ରିଟି ହୋଇପାରିଛନ୍ତି।

, ଏହାପୂର୍ବରୁ ୨୦୧୮ ରେ, ଯେତେବେଳେ ପ୍ରସିଦ୍ଧ ମାଗାଜିନ ଟାଇମର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଥିଲା। ସେଥିରେ ଭାରତୀୟ ଫିଲ୍ମ ଜଗତରୁ କେବଳ ଦୀପିକା ସ୍ଥାନ ପାଇଥିଲେ।