ବିଜୁଳି ଆଘାତରେ ନାବାଳିକା ମୃତ

ସୂର୍ଯ୍ୟକାନ୍ତ ବେହେରା, ମାଲକାନଗିରି: କୁଡୁମୁଲଗୁମ୍ମା ନିକଟସ୍ଥ ବାହାଲଗୁଡା ଗ୍ରାମ ପଞ୍ଚାୟତ ର ପେଦାଗୁଡା ଗ୍ରାମରେ ଘଟିଯାଇଛି ଏକ ବଡ଼ ଅଘଟଣ । ଆଜି ସକାଳେ ଏହି ଗ୍ରାମର ୭ ଜଣ ଗାଈଗୋରୁ ଚଳାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ, ପାଖାପାଖି ଦୁଇ ଘଣ୍ଟା ସମୟରେ ଜୋରରେ ଘଡଘଡି ସହ ବର୍ଷା ହୋଇଥିଲା ଓ ଏହି ବର୍ଷା ରୁ ବର୍ତ୍ତିବା ପାଇଁ ସମସ୍ତେ ଗୋଟିଏ ଗଛ ତଳେ ଆଶ୍ରୟ ନେଇଥିଲେ କିନ୍ତୁ ଦୁର୍ଭାଗ୍ୟର ବିଷୟ ଅଚାନକ ଘଡଘଡି ମାରିବା ସହ ବିଜୁଳି ଉକ୍ତ ଗଛରେ ମାଡ଼ ହୋଇଥିଲା ଓ ଘଟଣା ସ୍ଥଳରେ ହିଁ ସମସ୍ତେ ଅଚେତ ହୋଇଯାଇଥିଲେ ଓ ତାଙ୍କ ମଧ୍ୟରୁ ବନ୍ଧୁ ମାଦେମୀ ଙ୍କ ଝିଅ ସବିତା ମଦେମୀ ନାମକ ୧୫ ବର୍ଷର ବାଳିକା ଅତ୍ୟନ୍ତ ଗୁରୁତର ହେବାରୁ ନିକଟସ୍ଥ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ଯେଉଁଠି ଡାକ୍ତର ତାକୁ ମୃତ୍ ଘୋଷଣା କରିଥିଲେ, ଅନ୍ୟ ୬ ଜଣ ମଧ୍ୟରୁ କୁହନ୍ତି ପୁଟିଆ-ବୟସ ୮, ଅର୍ଜୁନ ପୁଟିଆ-ବୟସ ୧୬ ଓ ସନା ପୁଟିଆ- ବୟସ ୧୫ ପ୍ରମୁଖ ଆହତଙ୍କୁ ଚିକିତ୍ସା କରାଯାଉଛି । ସ୍ଥାନୀୟ ପୋଲିସ ଅଧିକାରୀ ଗିରୀଶ ଚନ୍ଦ୍ର ମହାରଣା ସବିତାର ମର ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ପଠାଇ ଥିଲେ । ଶବ ବ୍ୟବଚ୍ଛେଦ ହେଲା ପରେ ଉକ୍ତ ମର ଶରୀରକୁ ବନ୍ଧୁ ମାଦେମୀଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା ଓ ନିଜ ଗାଁ ବାସୀ ମାନଙ୍କ ସହାୟତାରେ ସବସତ୍କାର କରାଯାଇଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଦୁଃଖର ବାତାବରଣ ଖେଳିଯାଇଛି ଓ ସ୍ଥାନୀୟ ଲୋକ ଉକ୍ତ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି ଜଣାଇଛନ୍ତି ।