ଝୁଲାନ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର

( ହରିଶ ଚନ୍ଦ୍ର ଦାସ): ଝୁଲାନ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକର ବାଲିପଶି ପଞ୍ଚାୟତ ଅଧିନରେ ଥିବା ଯୋଗୀମୁଣ୍ଡା ଗ୍ରାମରେ । ଯୋଗୀମୁଣ୍ଡା ଗ୍ରାମରେ ଥିବା ମହୁଲ ଗଛରେ ଦୌଡି ଲଗାଇ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ଶିଗଡ ପଞ୍ଚାୟତ ନାଇକାଣିପାଲି ଗ୍ରାମର ବୁଟା ନାୟକ ବୋଲି ଜଣାପଡିଛି । ଏହା ହତ୍ୟା କି ଆତ୍ମହତ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ଖବର ପାଇ ପାଲଲହଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେପଟେ ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।