( ଆଦର୍ଶ ରାଉତ) : ଗତକାଲି ରାତିରେ ଭୁବନେଶ୍ୱରର ଖାରବେଳ ନଗର ସ୍ଥିତ ସୋଲା – ଇନ ବାରରେ ପୋଲିସ ଚଢାଉ କରି ୧୦ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ଏହି ଯୁବତୀମାନେ ସେଠାରେ ଡ୍ୟାନ୍ସ କରୁଥିଲେ । ସୋମନଙ୍କୁ ଉଦ୍ଧାର କରାଯାଇ ସର୍ଟ – ଷ୍ଟେ ହୋମକୁ ପଠାଇ ଦିଆଯାଇଛି ।
ମିିଳିଥିବା ସୂଚନାଅନୁଯାୟୀ, ଅନୁମତି ନଥାଇ ଏହି ବାର୍ରେ ଡ୍ୟାନ୍ସ ଚାଲିଥିଲା । ଡ୍ୟାନ୍ସ ଓ ମ୍ୟୁଜିକାଲ ଇଭେଣ୍ଟ ପାଇଁ ମଧ୍ୟ ଏହି ବାର୍ କୁ ଅନୁମତି ମିଳିନାହିଁ । ପୋଲିସ ଏହି ବାର୍ କୁ ସିଲ କରିଛି । ବାରର ଦୁଇଜଣ କର୍ମଚାରୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଏଠାରେ ଏଭଳି ବେଆଇନ ଡ୍ୟାନ୍ସ କେତେଦିନରୁ ଚାଲିଥିଲା ତାହା ତଦନ୍ତ ଚଳାଇଛି ପୋଲିସ ।