ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୦୬ ଟି ନୂଆ କୋଭିଡ-୧୯ ମାମଲା ଦେଖାଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ସର୍ବମୋଟ ୪,୪୬,୬୯,୪୨୧ଟି ଆକ୍ଟିଭ କେଶ ରହିଥିଲା, ଯାହା ୬ ହଜାର ୪୦୨କୁ ହ୍ରାସ ପାଇଛି । ମୃତ୍ୟୁସଂଖ୍ୟା ୫,୩୦,୫୮୬ କୁ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣ ମୃତ୍ୟୁବରଣ କରିଛନ୍ତି । ଏଥି ମଧ୍ୟରୁ ୧୧ ଜଣ କେରଳର ହୋଇଥିବା ବେଳେ ଜଣେ ବ୍ୟକ୍ତି ରାଜସ୍ଥାନର ଥିବା ସୂଚନା ରହିଛି ।