(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଯାହା ଏବେ ଭାରତ ପାଇଁ ମଣ୍ଡବ୍ୟଥାର କାରଣ ହୋଇଛି । ମହାରାଷ୍ଟ୍ରର କସ୍ତୁରବା ହସ୍ପିଟାଲରେ କରୋନା ଜୀବାଣୁ ରେ ଜଣେ ୬୪ ବର୍ଷୀୟ ରୋଗୀଙ୍କର ମୃତ୍ୟୁ ହୋଇଛି । ଦେଶରେ ମହାରାଷ୍ଟ୍ର ରେ ସର୍ବାଧିକ ସଂଖ୍ୟକ କରୋନା ମାମଲା ରିପୋର୍ଟ ଆସିଛି । ଏର୍ପ୍ୟନ୍ତ ଏଠାରେ ୩୯ ଟି ମାମଲା ରୁଜୁ ହୋଇଛି । ସେମାନଙ୍କ ମଧ୍ୟରୁ ତିନିଜଣ ବିଦେଶୀ ଅଟନ୍ତି । ଭାରତରେ ଏପର୍ଯ୍ୟନ୍ତ କରୋନା ଜୀବାଣୁରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏହି ଲୋକଙ୍କ ମଧ୍ୟାରୁ ଜଣେ କର୍ଣ୍ଣାଟକର ଏବଂ ଅନ୍ୟ ଜଣେ ଦିଲ୍ଲୀରେ ମୃତ୍ୟୁ ବରଣ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଆଜି ସୁଦ୍ଧା ଭାରତରେ ୧୨୫ ଟି ମାମଲା ନିଶ୍ଚିତ ହୋଇଛି । ଏଥିସହିତ ୧୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।