ପୁଣି ଥରେ‘ତୁ ମୋ ଡ୍ରିମ୍‌ଗାର୍ଲ’ଫିଲ୍ମ ମାଧ୍ୟମରେ କମ୍ବ୍ୟାକ୍ କରିବେ ଲଭଲି

(ଶୁଭସ୍ମିତା ଦାଶ): କିଛି ଦିନର ବ୍ୟବଧାନରେ ବେଙ୍ଗଲି ବିଉଟି ଲଭ୍‌ଲି ପୁଣି ହିରୋଇନ୍‌ ରୋଲ୍‌ରେ ଓଲିଉଡକୁ ଫେରିଛନ୍ତି। ହଁ, ସେ ଏବେ ଏକ ନୂଆ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ଏହି ସିନେମାର ଟାଇଟଲ୍‌ ହେଲା ‘ତୁ ମୋ ଡ୍ରିମ୍‌ଗାର୍ଲ’। ପି. ପ୍ରଭାକର ଏହାର ନିର୍ଦ୍ଦେଶକ । ଏଥିରେ ଲଭ୍‌ଲିଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ପ୍ରିୟା। କାହାଣୀ ଅନୁଯାୟୀ ନାୟକର ଜୀବନରେ ଚାରି ଜଣ ଯୁବତୀ ବିଭିନ୍ନ ପର୍ୟ୍ୟାୟରେ ପ୍ରବେଶ କରନ୍ତି। ଏମାନଙ୍କ ଭିତରୁ ସେ କାହାକୁ ନିଜର ଜୀବନସାଥୀ କରିବ ଓ କିଏ ତା’ର ଡ୍ରିମ୍‌ଗାର୍ଲ,ତାହା ଠିକ୍‌ କରିପାରେନା। କିନ୍ତୁ ପ୍ରିୟାଙ୍କୁ ପାଇବା ପରେ ନାୟକ ଅନୁଭବ କରେ ଯେ, ସେ ହିଁ ତାର ଡ୍ରିମ୍‌ ଗାର୍ଲ।‘ତୁ ମୋ’ ଡ୍ରିମ୍‌ ଗାର୍ଲ’ରେ ନାୟକ ଭୂମିକାରେ ଅଛନ୍ତି ନବାଗତ ଶୁଭମ୍‌ ଗିରି। ଅନ୍ୟାନ୍ୟ ଭୂମିକାରେ ଅଛନ୍ତି ମିହିର ଦାସ,ବରଦା ପ୍ରସନ୍ନ ଜେନା,ସରୋଜ ଦାସ,ବାବୁ ପ୍ରଧାନ, ପ୍ରଦ୍ୟୁମ୍ନ ଲେଙ୍କା, ଜୀବନ ପଣ୍ଡା ଦେବୁ ବ୍ରହ୍ମା, ପ୍ରିୟଙ୍କା ମହାପାତ୍ର, ପ୍ରତିଭା ପଣ୍ଡା ଓ ମମତା ପତି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।

‘ରୋମିଓ ଦ ଲଭର ବୟ’ ଚଳଚ୍ଚିତ୍ର ଜରିଆରେ ଓଲିଓଡ଼ରେ ପାଦ ଥାପି ଥିଲେ ଲଭ୍‌ଲି । ଏହି ଚଳଚ୍ଚିତ୍ରରେ ଓଲିଉଡର ଷ୍ଟାରସନ୍‌ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକାଭାବେ ଡେବ୍ୟୁ କରି ବେଶ୍‌ ଚର୍ଚ୍ଚିତା ହୋଇଥିଲେ ସେ । ୨୦୦୯ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ବ୍ରଜରାଜ ମୁଭିଜ୍‌ର ବ୍ୟାନରରେ ନିର୍ମିତ ହୋଇଥିଲା । ଏହି ସିନେମାରେ ପ୍ରଥମ ଓ ଅନ୍ତିମ ଥର ପାଇଁ ବାବୁସାନ୍‌-ଲଭଲିଙ୍କ ଯୋଡ଼ିକୁ ଦେଖିବାକୁ ପାଇଥିଲେ ଦର୍ଶକ।