ଆଉ ଦିନକ ପରେ ଛାତ୍ର ସଂସଦ ନିର୍ବାଚନ ..ଆଜି କ୍ୟାମ୍ପସରେ ସରିବ ପ୍ରଚାର… ଭୋଟ ହାତେଇବା ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ କସରତ …

(ସଂଜୁକ୍ତା) : ଆଉ ଦିନକ ପରେ ଛାତ୍ରସଂସଦ ନିର୍ବାଚନ । ଆଜି ହେଉଛି ପ୍ରଚାରର ଶେଷଦିନ । ଛାତ୍ରଛାତ୍ରୀଙ୍କ ମନ ଜିଣିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି ନିର୍ବାଚନ ଲଢୁଥିବା ପ୍ରାର୍ଥୀ । ଚକୋଲେଟ, ଗିଫ୍ଟ ଇତ୍ୟାଦି ଦେବା ସହ ମେସ, ଘର, ହଷ୍ଟେଲ ବୁଲିବୁଲି ପ୍ରଚାରରେ ଲାଗି ପଡିଛନ୍ତି ପ୍ରାର୍ଥୀମାନେ ।

ଆଜିଠାରୁ ବିଧିବଧ ଭାବେ କ୍ଲାସ ରୁମ୍ କ୍ୟାମ୍ପେନିଂ ତଥା କଲେଜରେ ନିଜ ସପକ୍ଷରେ ଭୋଟ ପାଇଁ ଅପିଲର ଶେଷ ଦିନ । ଏହା ପରେ କିନ୍ତୁ ପ୍ରାର୍ଥୀମାନେ ଭିନ୍ନଭିନ୍ନ ଉପାୟରେ ପ୍ରଚାର କାର୍ୟ୍ୟ ଚଳାଇବେ । ସମସ୍ତ ପ୍ରାର୍ଥୀ ସୋସିଆଲ ମିଡିଆକୁ ପ୍ରଚାରର ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ନିଜ କଲେଜର ଛାତ୍ରଛାତ୍ରୀଙ୍କୁ ସୁପ୍ରଭାତ, ଶୁଭ ସଂନ୍ଧ୍ୟା ଆଦି ମେସେଜ କରିବାରେ ସେମାନେ ଲାଗି ପଡିଛନ୍ତି । ଯେ କୌଣସି ଉପାୟରେ ଭୋଟ ହାତେଇବା ପାଇଁ କିଛି ପ୍ରାର୍ଥୀ ଆଜି ଭୋଜିର ଆୟୋଜନ କରୁଛନ୍ତି । ବିଭିନ୍ନ ରକମର ଖାଦ୍ୟ ପଦାର୍ଥ ସହ ଚକୋଲେଟ, ଦାମୀ ଉପହାର ଆଦିର ବ୍ୟବସ୍ଥା କରାଯାଇଛି । କିଛି ରାଜନୈତିକ ଦଳର କେତେକ ଛାତ୍ରନେତା କ୍ୟାମ୍ପସରେ ବସି ରହୁଛନ୍ତି । ସେମାନେ ପ୍ରାର୍ଥୀଙ୍କ ଖର୍ଚ୍ଚ ତଥା ସମସ୍ତ ପ୍ରକାର ସହଯୋଗ କରୁଥିବା ଲକ୍ଷ୍ୟ କରାଯାଉଛି । ଏହା ସହ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ନିକଟକୁ ଆସି ନିର୍ବାଚନ ଦିନ କଲେଜକୁ ନିଶ୍ଟିତ ଆସିବାକୁ ଅନୁରୋଧ କରୁଛନ୍ତି । ତାଙ୍କର ମୂଲ୍ୟବାନ ଭୋଟଟିକୁ ସେମାନଙ୍କୁ ଦେବାକୁ ଅନୁରୋଧ କରିଛନ୍ତି । ଆସନ୍ତାକାଲି ହ୍ୱାଇ ଆଇ ଷ୍ଟାଣ୍ଡ ଫର ମିଟିଂ ରହିଥିବା ବେଳେ ଆସନ୍ତା କାଲି ପାଇଁ ସଂଖ୍ୟା ଯୋଗାଡ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାରେ ପ୍ରଲୋଭିତ ମଧ୍ୟ କରାଯାଉଛି ।