ଧଉଳି ଥାନା ଅଧୀନରେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଘଟଣା; ମୁଖ୍ୟ ଅଭିଯୁକ୍ତ ମଣ୍ଟୁ ଭୋଇ ସମେତ ୭ ଗିରଫ

ଭୁବନେଶ୍ୱର; ଧଉଳି ଥାନା ଅଧୀନରେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଘଟଣା । ଉପର ସାହିର ମୁଖ୍ୟ ଅଭିଯୁକ୍ତ ମଣ୍ଟୁ ଭୋଇ ସମେତ ୭ ଗିରଫ । ଗତ ସୋମବାର ଲିଙ୍ଗିପୁର ପଞ୍ଚାୟତ ରଘୁନାଥପୁର ତଳସାହି ଓ ଉପରସାହି ମଧ୍ୟରେ ରାସ୍ତା ଉପରେ ଖଣ୍ଡା ବୁଲୁଥିଲା । ସେହିଦିନ ସନ୍ଧ୍ୟାରେ ଡାକ ଭୋଇକୁ ନୁଆଗାଁ ଛକରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏହାର ତଦନ୍ତ କରି ଧଉଳି ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ।