ଲଣ୍ଡନ: ବ୍ରିଟିସ ପ୍ରଧାନମନ୍ତ୍ରୀ ଋଷି ସୁନକ ଏମିତି କିଛି କଟକଣା ଜାରି କରିବାକୁ ବିଚାର କରୁଛନ୍ତି । ଯାହା ଦ୍ୱାରା ଇଂଲଣ୍ଡର ଆଗାମୀ ପିଢି ଆଉ ସିଗାରେଟ କିଣିବା ପାଇଁ ସମର୍ଥ ହେବେ ନାହିଁ ବୋଲି ସରକାରୀ ସୂତ୍ରରୁ ସୂଚନା ସଂଗ୍ରହ ‘ଦି ଗାର୍ଡିଆନ’ ରିପୋର୍ଟ କରିଛି । ସରକାରୀ ସୂତ୍ରରୁ କହିଛି ଯେ ପ୍ରଧାନମନ୍ତ୍ରୀ ସୁନକ ଏମିତି ଏକ ନୀତି ଉପରେ କାର୍ୟ୍ୟ କରୁଛନ୍ତି, ଯେଉଁଥିରେ ଆଗାମୀ ପିଢ଼ିକୁ ସିଗାରେଟ୍ ବିକ୍ରୟ ଏବଂ କ୍ରୟରୁ ରୋକାଯାଇପାରିବ। ରିପୋର୍ଟ ଅନୁଯାଇ ଗତ ବର୍ଷ ନିଉଜିଲାଣ୍ଡ ଘୋଷଣା କରିଥିବା ଆଇନ ପରି ଧୂମପାନ – ନିରୋଧୀ କଟକଣା କଥା ସୁନକ ଚିନ୍ତା କରୁଛନ୍ତି । ଅନ୍ୟାନ୍ୟ କଟକଣା ସହିତ ୨୦୦୯ ଜାନୁଆରୀ ୧ କିମ୍ବା ଏହାପରେ ଜନ୍ମିତ କୌଣସି ବି ବ୍ୟକ୍ତି ତମାଖୁ ବିକ୍ରି କରିପାରିବେ ନାହିଁ। ବୋଲି ନିଉଜିଲାଣ୍ଡ ଆଇନରେ ଘୋଷଣା କରାଯାଇଛି । ‘ଦି ଗାର୍ଡିଆନ୍’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଧୂମପାନ ପସନ୍ଦ ନୁହେଁ ଏବଂ ସେ ଏହା ଉପରେ ଏକ ଆଇନ ଆଣିବାକୁ ଆଗ୍ରହୀ ଅଛନ୍ତି। କୁହାଯାଉଛି, ବ୍ରିଟେନରେ ଧୂମପାନକୁ ନେଇ ଯେଉଁ ନୂଆ ଆଇନ ତିଆରି କରାଯାଉଛି, ତାହା ଗତ ବର୍ଷ ନ୍ୟୁଜିଲାଣ୍ଡରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜସିଣ୍ଡା ଅର୍ଡର୍ନଙ୍କ କାର୍ୟ୍ୟକାଳରେ ଅଣାଯାଇଥିବା ଆଇନ ଦ୍ୱାରା ପ୍ରଭାବିତ ହେବ। ଏହାରି ଭିତରେ ବ୍ରିଟିଶ ସରକାର କହିଛନ୍ତି ଯେ ଧୂମପାନ ଛାଡ଼ିବା ପାଇଁ ସେ ଲୋକମାନଙ୍କୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି ।