ମୂଖ୍ୟମନ୍ତ୍ରୀଙ୍କ ନାମରେ ଏତଲା

(ସୌମ୍ୟ ରଂଜନ ସେଠୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା। ପୁରୀ ସଚେତନ ନାଗରିକ ମଞ୍ଚର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅରଖକୁଦା ମେରାଇନ୍‌ ଥାନାରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଇଛନ୍ତି। ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରି ସେ ଥାନାରେ ଏତଲା ଦେଇଛନ୍ତି। ତେବେ ବିଜେଡିର ଅନ୍ୟ ୪ ନେତାଙ୍କ ବିରୋଧରେ ମଧ୍ୟ ଏତଲା ଦିଆଯାଇଛି। ସେମାନେ ହେଲେ ମହେଶ୍ୱର ମହାନ୍ତି, ପ୍ରଦୀପ ମହାରଥୀ, ପିନାକୀ ମିଶ୍ର ଓ ସଞ୍ଜୟ ଦାସବର୍ମା। ଏମାନେ ମଧ୍ୟ ଚିଲିକା ଉପରେ ହେଲିକପ୍ଟରରେ ଉଡ଼ିଥିବା ଅଭିଯୋଗ କରାଯାଇଛି।