(ରିପୋର୍ଟସଟୁଡେ) : ଓଡ଼ିଶା ଭଳି ରାଜ୍ୟରେ ପିସି କାରବାର ଏକ ପରିଚିତ ନାଁ ପାଲଟିଛି । ଯେଉଁଥି ପାଇଁ ଓଡ଼ିଶାବାସୀ ହନ୍ତସନ୍ତ ହେଉଛନ୍ତି । ଏକ ପ୍ରକାର ପିସି କାରବାର ରାଜ୍ୟର ଗରିବ ଲୋକଙ୍କ ପେଷି ଦେଉଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ଏଭଳିସ୍ଥିତିରେ ଓଡ଼ିଶାର ପରିବର୍ତ୍ତନ କେମିତି ହେବ ? ସାଧାରଣ ସଭାରେ ଲୋକଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ମୋଦି । ପିସି ପାଇଁ ଓଡ଼ିଶା ଭଳି ରାଜ୍ୟର ବିକାଶ ହୋଇପାରୁ ନାହିଁ । ରାଜ୍ୟରେ ଚାରା ଠାରୁ ଆରମ୍ଭ କରି ରାସ୍ତାଘାଟ ସବୁଠି ପିସି କାରବାର ଚାଲିଛି । ଓଡ଼ିଶାରେ ଭଷ୍ଟ୍ରତନ୍ତ୍ର ଚାଲିଛି ବୋଲି ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ ଓଡ଼ିଶାକୁ ପରିବର୍ତ୍ତନର ଆବଶ୍ୟକ ହୋଇପଡ଼ିଛି । କାରଣ ପରିବର୍ତ୍ତନ ହିଁ ଓଡ଼ିଶାକୁ ଆଗକୁ ନେଇ ପାରିବ ବୋଲ ପରୋକ୍ଷରେ ବିଜେପି ସରକାର ଓଡ଼ିଶାରେ ଆଣିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ।
ପିସି ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ମୋଦି ତାଙ୍କ କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି କହିଥାଇ ପାରନ୍ତି । ଉଜ୍ଜଳା ଓ ସ୍କିଲ ଇଣ୍ଡିଆ ସ୍କାମ କଥା ପ୍ରଧାନମନ୍ତ୍ରୀ ଭୁଲି ଯାଇଛନ୍ତି କି ବୋଲି ନବୀନ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୫୦ ଲକ୍ଷ୍ୟ ପରିବାରକୁ ଯୋଡା ଯାଇଛି । ମହିଳାଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ରାଶି ୭ ଲକ୍ଷ୍ୟ ଟଙ୍କା ରହିଛି । ଖାଦ୍ୟ ସୁରକ୍ଷା ଯୋଜନାରେ ୨୫ ଲକ୍ଷ୍ୟ ନୂଆ ଲୋକଙ୍କୁ ଯୋଡାଯାଇଛି ।