ଅନୁଗୋଳ / ସୁଧାକର ସାହୁ : ଅନୁଗୋଳ ସହର ନିକଟ କରବେରଣୀ ଗ୍ରାମରେ ବିପ୍ଲବ ଜେନା ଙ୍କ ତତ୍ତ୍ଵାବଧାନରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ର ବିଧାୟକ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ର ରେ ବିଜେଡ଼ି ପ୍ରାର୍ଥୀ ଙ୍କ ପ୍ରଚାର ଆରମ୍ଭ କରିଛନ୍ତି । ସମ୍ବଲପୁର ର ସଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଙ୍କୁ ଜିତାଇ ବାକୁ ଉପସ୍ଥିତ ଜନସାଧାରଣ ପଣ କରିଥିବା ବେଳେ ବିଧାୟକ ନିଜେ ଉପସ୍ଥିତ ରହି ବିଜେଡି ସରକାର କରିଥିବା ଉନ୍ନତି ଓ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ କୁ ଆସିଥିବା ଅର୍ଥ ର ହିସାବ ଲୋକଙ୍କ ସମ୍ମୁଖରେ କହିଥିଲେ ଏଥି ସହିତ ଗତ ଦଶ ବର୍ଷ ମଧ୍ୟରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ କୁ କେଉଁ ଗୋଟିଏ କାର୍ଯ୍ୟ ବିଜେପି ସରକାର ଦ୍ଵାରା ହୋଇଛି ବୋଲି ପ୍ରଶ୍ନ କରିଥିଲେ , କେନ୍ଦ୍ର ସରକାର ଛେଣ୍ଡିପଦା କୁ ପଛୁଆ ଅଞ୍ଚଳ ଭଳି କୌଣସି ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇନାହାଁନ୍ତି ଯାହା ଫଳରେ ଏହି ପ୍ରତାରିତ ସରକାର କୁ ଭୋଟ ନ ଦେଇ ଯୋଡ଼ା ଶଙ୍ଖ ରେ ଭୋଟ ଦେବାକୁ ଅପିଲ କରିଥିଲେ ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା , ଏହି ନିର୍ବାଚନୀ କାର୍ଯ୍ୟକ୍ରମରେ ଅନେକ ଅନ୍ୟ ରାଜନୈତିକ ଦଳର କର୍ମୀ ବିଜେଡି ରେ ସାମିଲ ହୋଇଥିଲେ , କାର୍ଯ୍ୟକ୍ରମ କୁ ଅଞ୍ଚଳ ର ଦୁଇ ବିଜୁ ପ୍ରେମୀ ସୁନିଲ କୁମାର ପ୍ରଧାନ ଓ ପ୍ରଦୀପ ପ୍ରଧାନ ଅୟୋଜନ କରିଥିଲେ ।