ନୂଆଦିଲ୍ଲୀ: ଆଜିଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ । ଚଳିତ ବର୍ଷ ୩୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏଥିମଧ୍ୟରୁ ରାଜ୍ୟରେ ପ୍ରାୟ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାର ସୂଚନା ରହିଛି । ସକାଳ ସାଢେ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଛି । ଭୁବନେଶ୍ୱରରେ ପରୀକ୍ଷା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଛାତ୍ରଛାତ୍ରୀ ୧୦ଟା ପୂର୍ବରୁ ନିଜ ପରୀକ୍ଷା କେନ୍ଦ୍ରରେ ପହଂଚିବା କୁ ନିର୍ଦ୍ଦେଶ ଦିଆଯାଇଥିଲା ବେଳେ ସିବିଏସଇ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭ ଲଗାଯାଇଛି । ଦଶମ ପରୀକ୍ଷା ମାର୍ଚ୍ଚ ୧୩ ତାରିଖ ଯାଏଁ ଚାଲିବାକୁ ଥିବା ବେଳେ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨ ତାରିଖ ଯାଏଁ ଚାଲିବ ବୋଲି ସୂଚନା ରହିଛି ।