ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତଦନ୍ତ କରୁଛି ଇଡି । ତେବେ ଆଜି ବିଆରଏସ ନେତ୍ରୀ କେ.କବିତାଙ୍କୁ ରାଉସ ଆଭେନ୍ୟୁ କୋର୍ଟରେ ହାଜର କରିଥିବଲା ଇଡି । କିନ୍ତୁ ଏଠାରେ ତାଙ୍କର ଇଡି ହେପାଜତ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ବଢାଇ ଦିଇଛନ୍ତି କୋର୍ଟ । ସେପଟେ ଯେତେବେଳେ କବିତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ ସେତେବେଳେ ଇଡି କେ.କବିତାଙ୍କ ହେପାଜତକୁ ୫ଦିନ ବୃଦ୍ଧି କରିବାକୁ ଦାବି କରିଥିଲା । ଏହାପରେ କୋର୍ଟ ତାଙ୍କ ରିମାଣ୍ଡକୁ ୩ ଦିନ ବୃଦ୍ଧି କରିଛନ୍ତି ।