ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ପୁଣି ବୁଡିଲା ପୋଲ

ମାଲକାନଗିରି:- ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ପୁଣି ବୁଡିଲା ପୋଲ । କାଙ୍କୁରୁକୋଣ୍ଡା ପୋଲ ଉପରେ ଚାରି ରୁ ପାଞ୍ଚ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହବା ସହ ୩୨୬ ନମ୍ବର ଜାତୀୟ ରାଜପଥର ଉପରେ ମଧ୍ୟ ବନ୍ୟା ପାଣି ପ୍ରଭାବିତ ହବାର ଦେଖିବାକୁ ମିଳିଛି । ଯାହା ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଓ କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି । ହାଇଦ୍ରାବାଦରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଫେରୁଥିବା ବସ ଗୁଡିକ କାଙ୍କୁରୁକୋଣ୍ଡା ଠାରେ ଅଟକି ରହିଛି ।