(ରିପୋର୍ଟସ ଟୁଡ଼େ) ଆଜିର ବ୍ୟସ୍ତ ଜୀବନରେ ଅଧିକାଂଶ ଲୋକ ସକାଳ ବ୍ରେକଫାଷ୍ଟରେ ବ୍ରେଡ଼ ଖାଇଥାନ୍ତି । କିଛି ଲୋକ ବ୍ରେଡ଼ ସହ ବଟର ତ କିଛି ଲୋକ ଟୋଷ୍ଟ ହୋଇଥିବା ଏବଂ ଜାମ ଖାଇଥାନ୍ତି । କିନ୍ତୁ ବ୍ରେଡ଼ ଖାଇ କି ପେଟ ସିନା ପୁରିଯାଏ ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।ଏଥିରେ ସୋଡ଼ିୟମ ସ୍ତର ଏତେ ଥାଏ ଯେ ଯାହା ହୃଦ ଜନିତ ରୋଗ କରାଏ । ବ୍ରେଡ଼ ଖାଇଲେ ଆମ ଶରୀରରେ ଲୁଣର ମାତ୍ରା ବଢିଯାଏ । ଯାହା ôଫଳରେ ରୋଗର ମାତ୍ରା ବଢିଯାଏ ।
ଜାଣନ୍ତୁ ବ୍ରେଡ଼ ଖାଇଲେ ଆଉ କଣ ସମସ୍ୟା ହୋଇଥାଏ ।
– ବ୍ରେଡ଼କୁ ହଜମ କରିବାରେ ଶରୀରକୁ ବହୁତ ପରିଶ୍ରମ କରିବାକୁ ପଡ଼େ । ଏଥିରେ ଥିବା କାର୍ବୋହାଇଡ଼୍ରେଟ ଲିଭରକୁ କ୍ଷତି ପହଞ୍ଚଇଥାଏ ।
– ବ୍ରେଡରେ କୌଣସି ବି ପ୍ରକାର ପୋଷକ ତତ୍ବ ନଥାଏ । ଯଦି ବ୍ରେଡ ଖାଇବାକୁ ଚାହୁଁଛନ୍ତି ତେବେ ହ୍ବାଇଟ୍ ବ୍ରେଡ୍ ସ୍ଥାନରେ ବ୍ରାଉନ୍ ବ୍ରେଡ୍ ଖାଆନ୍ତୁ ।
– ବ୍ରେଡ଼ରେ ଅନେକ ଗ୍ଲୁଟେନ୍ ଥାଏ ଯାହା ସିଲିଏକ ରୋଗର ବିପଦ ବଢାଇଥାଏ ।
– ଅଟା ବ୍ରେଡରେ କୌଣସି ପୋଷକ ତତ୍ବ ନଥାଏ । ଏହାକୁ ତିଆରି କରିବା ପ୍ରଣାଳୀରେ ହିଁ ଅଟାର ସମସ୍ତ ଗୁଣ ଶେଷ ହୋଇଯାଏ ।
– ଅତ୍ୟଧିକ ବ୍ରେଡ଼ ଖାଇଲେ ଖାଦ୍ୟନଳୀରେ ଛିଦ୍ର ହେବାର ସମ୍ଭାବନା ଥାଏ ।