(ଦିପକ ମିଶ୍ର / ଉଦଳା ): ଉଦଳା ନିର୍ବାଚନମଣ୍ଡଳୀ ନିମନ୍ତେ ବିଜେପି ପକ୍ଷରୁ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି । ଯାହାକୁ ନେଇ ଆଜି ବିଜେପି ବିଧାୟକ ପ୍ରାର୍ଥୀ ଭାସ୍କର ମଢେଇ ପୋଡ଼ାଡ଼ିହା ପଂଚାୟତ ବାଲିପୋଷତ ଗ୍ରାମରୁ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଏହା ସହିତ ଏହି ପ୍ରଚାର ଅଭିଯାନ କାର୍ଯ୍ୟକ୍ରମରେ ଶତାଧିକ ବିଜେଡ଼ି ଏବଂ ଅନ୍ୟ ଦଳର କର୍ମୀମାନେ ବିଜେପିରେ ସାମିଲ ହୋଇଛନ୍ତି ।
ମୟୁରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ବିଜେପି ପକ୍ଷରୁ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ହେଲେ ଅନ୍ୟ କୌଣସି ଦଳର ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ । ଯାହା ଏବେ ବିଜେପି ପାଇଁ ପ୍ଲସ ପଏଂଟ ହୋଇଛି । ଯାହାକୁ ଆଧାର କରି ବିଜେପି ପକ୍ଷରୁ ଆଜି ସ୍ଥାନୀୟ ନିର୍ବାଚନମଣ୍ଡଳୀ ଅଧିନ କପ୍ତିପଦା ବ୍ଲକ ପୋଡ଼ାଡ଼ିହା ପଂଚାୟତ ବାଲିପୋଷି ଗ୍ରାମର ନିଜର ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛି । ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିବା ବେଳେ ସେଥିରେ ବିଧାୟକ ପ୍ରାର୍ଥୀ ଭାସ୍କର ମଢେଇଙ୍କ ଉପସ୍ଥିତିରେ ଶତାଧିକ ବିଜେଡ଼ି କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି । ସ୍ଥାନୀୟ ପୂର୍ବତନ ସରପଂଚ ରଘୁନାଥ ସିଂଙ୍କ ନେତ୍ୟତ୍ୱରେ ଶତାଧିକ ବିଜେଡ଼ି କର୍ମୀମାନେ ବିଜେପିରେ ସାମିଲ ହୋଇଛନ୍ତି ।