ବଡଚଣା/ ବେଦପ୍ରକାଶ ନାୟକ: ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀର ଚଣ୍ଡିଖୋଲ ମହାବିନାୟକ ପୀଠରେ ଆଜି ୧୬ନମ୍ବର ଜୋନ୍ ର ତଥା ଦର୍ପଣ, ଭୂଷଣ୍ଡପୁର, ସିହା, ଶାଳପଡା,କାଇମାଟିଆ ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳ ଆନୁକୁଲ୍ୟରେ ଏକ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ବୈଠକରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା ଅଧ୍ୟକ୍ଷକତାରେ ନେଳିଆ ଗ୍ରାମପଞ୍ଚାୟତର ଧନେଶ୍ଵର ବେହେରା ସଭାପତିତ୍ଵ କରିଥିଲା ବେଳେ ୧୬ନମ୍ବର ଜୋନ୍ ର ପାଞ୍ଚଟି ପଞ୍ଚାୟତର ଦୁଇ ହଜାର ଉର୍ଦ୍ଧ ସଂଖ୍ୟାକ ବିଜେଡ଼ି କର୍ମୀ ଓ ନେତୃମଣ୍ଡଳୀ ମାନେ କର୍ମୀ ବୈଠକରେ ଯୋଗଦେଇଥିଲେ।
ଏହି କର୍ମୀ ବୈଠକରେ ଉପସ୍ଥିତ ସମସ୍ତ କର୍ମୀ ମାନେ ବଡଚଣା ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀଙ୍କ କାର୍ୟ୍ୟକୁ ଅସନ୍ତୋଷ ପ୍ରକାଶ କରି ନିଜର ବକ୍ତବ୍ୟ ରେ ଆଗାମୀ ୨୦୨୪ମସିହା ନିର୍ବାଚନ ରେ ନୂତନ ନେତୃତ୍ବ ଓ ନବକଳବର ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ । ଏହି ବୈଠକରେ ରାଧାଦେଇପୁର ପଞ୍ଚାୟତ ର ଆଶିଷ ରଂଜନ ଚୌଧୁରୀ ନିଜ ବକ୍ତବ୍ୟ ରେ କହିଥିଲେ ଆଗାମୀ ନିର୍ବାଚନ ରେ ଶ୍ରୀଯୁକ୍ତ ଜନ୍ମଜୟ ଲେଙ୍କା ଟିକେ ପାଇବେ ଏବଂ ୪୦ହଜାର ଭୋଟ ପାଇ ବିଜୟୀ ହେବେ ବୋଲି କହିଥିଲେ।