ଭୁବନେଶ୍ୱର: ଅନ୍ତିମ ସଂସ୍କାର ହେଲା ୨୮ଟି ଅଚିହ୍ନା ମୃତ ଦେହ । ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୮ଟି ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର ହୋଇଯାଇଛି । ତଦନ୍ତକାରୀ ଉଈଓ ଅଧିକାରୀ ଓବିଏମ୍ସି ଅଧିକାରୀଙ୍କ ଉପସ୍ଥିତିରେ ହେଲା ସଂସ୍କାର । ଏ ନେଇ ଶବର ନମ୍ବର ସହ ପ୍ରମାଣ ପାଇଁ ଭିଡିଓଗ୍ରାଫି କରାଯାଇଛି । ବାହାନଗା ରେଳ ଦୁର୍ଘଟଣାରେ ୨୮ ମୃତଦେହର ପରିଚୟ ମିଳି ନଥିଲା କି ଊଘଇ ମ୍ୟାଚ ହୋଇ ନଥିଲା ତେଣୁ ସାଢ଼େ ୪ ମାସ ହେବ ଏମ୍ସ କଣ୍ଟେନରରେ ଥିଲା ୨୮ ମୃତଦେହ।