ଓରେଗାନୋ ପତ୍ର ଆସିଲେ ମନରେ ପିଜା ଓ ପାସ୍ତାରେ ବ୍ୟାବହାର କରାଯାଉଥିବା ପତ୍ର । କିନ୍ତୁ ଓରେଗାନୋରେ ବହୁ ଭଳ ଗୁଣ ଅଛି । ଯାହାକୁ ଖାଇବା ଦ୍ୱରା ଆମ ଦେହ ପାଇଁ ଅନେକ ଭଲ ହୋଇଥାଏ । ତେବେ ଆସନ୍ତୁ ଜାରିବା ସେ ସମ୍ପର୍କରେ । ହାର୍ଟ ଜନିତ ସମସ୍ୟା ଥିବା ଳୋକଙ୍କ ପାଇଁ ଓରେଗାନୋ ବେଶ୍ ଫାଇଦା ଦେଇଥାଏ । ଏଥିରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଥାଏ ଯାହା ଦ୍ୱାରା ହାର୍ଟ ଆଟାକ୍ ହେବାର ସମ୍ଭାବନା କମ୍ ରହିଥାଏ । ଓରେଗାନୋର ପତ୍ରରେ ଭିଟାମିନ A, ଭିଟାମିନ C , ଭିଟାମିନ E ପରି ପୋଷକ ତତ୍ତ୍ୱ ରହିଥାଏ ।
ଓରେଗାନୋର ପତ୍ର କ୍ୟାନ୍ସର ପରି ରୋଗରୁ ମଧ୍ୟ ରକ୍ଷା କରିଥାଏ । ସେଥିରେ ଥାଇମୋଲ ଜାତୀୟ ଗୁଣ ରହିଥାଏ ଯାହା କ୍ୟାନ୍ସର ଜୀବାଣୁକୁ ଶରୀରରେ କମ୍ କରିଥାଏ । ଓରେଗାନରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ଆଣ୍ଠୁ ଗଣ୍ଠିରେ ହେଉଥିବା କଷ୍ଟ ଦୂର କରିଥାଏ ।ଏହି ଓରେଗାନୋର ପତ୍ରରେ ଭରପୁର ମାତ୍ରରେ ଆଇରନ ରହିଛି । ଯାହା ଶରୀରରେ ଆଇରନର ମାତ୍ରାକୁ ପୁରା କରିଥାଏ । ଏହା ଦ୍ୱାରା ଆମ ଶରୀର ଅନେକ ପ୍ରକାର ରୋଗ ଠାରୁ ଦୂରେଇ ରହିଥାଏ ।