ସିଂହଦ୍ଵାର ନିକଟରେ ପହଞ୍ଚିବା ପୂର୍ବରୁ ଲୁହା ବେରିକେଡରେ ପିଟି ହୋଇ ଭକ୍ତଙ୍କ ନାକ ଫାଟିଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଆଜି ଶ୍ରୀମନ୍ଦିର ଦର୍ଶନ ପୂର୍ବରୁ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟ ନିକଟରୁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ ଲୁହା ବେରିଗେଡରେ ପିଟି ହୋଇଯାଇଥିଲେ ବଙ୍ଗୀୟ ଭକ୍ତ। ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଥିବା ବେଳେ ତୃଟିପୂର୍ଣ୍ଣ ପରିଚାଳନା ଯୋଗୁଁ ବେରିକେଡରେ ଦୌଡାଦୌଡି ହୋଇଥିଲେ ଭକ୍ତ। ଫଳରେ ବଙ୍ଗୀୟ ଭକ୍ତ ଜଣକ ଲୁହା ବେରିକେଡରେ ଖୁବ୍ ଜୋରରେ ପିଟିହୋଇଯାଇଥିଲେ। ଫଳରେ ତାଙ୍କର ନାକ ଫାଟି ଯାଇଥିଲା। ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଫାଷ୍ଟେଡ୍ ଦେବା ପାଇଁ କେହି ନଥିଲେ। ଆହତ ଭକ୍ତଙ୍କ ପରିବାର କାକୁତି ମିନତୀ ହୋଇଥିଲେ ସୁଦ୍ଧା ଧାଡିରୁ ବାହାରକୁ ଆସିପାରିନଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଦର୍ଶନ ତ ବନ୍ଦ ରହିଛି ହେଲେ ନିରୀହ ଭକ୍ତ ମାନଙ୍କୁ ବେରିକେଡରେ ଦୌଡାଉଥିଲା କିଏ। ତେବେ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ଭକ୍ତ ମାନେ ବହୁ ସମସ୍ଯାର ସମ୍ମୁଖୀନ ହେଉଥିବା ହେଉଛି ଅଭିଯୋଗ।