ପୂଜା ଚାନ୍ଦା ନ ଦେବାରୁ ମାଡ

କନ୍ଧମାଳ: ପୂଜା ଚାନ୍ଦା ନ ଦେବାରୁ ମାଡ ମାରିଲେ କମିଟିର ସଦସ୍ୟ । ଫଳରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇ ମେଡକିାଲରେ ଭର୍ତ୍ତି ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଫିଭ୍ଗିରିଆ ତଳ ପୂଜା କମିଟିର କିଛି ସଦସ୍ୟ ଉପର ମାର୍କେଟର ଜଣେ ଗୁପଚୁପ ବ୍ୟବସାୟୀ ସନ୍ତୋଷ ସାହାଣୀଙ୍କୁ ପୂଜା ପାଇଁ ଚାନ୍ଦା ମାଗିଥିଲେ । ତେବେ ଚାନ୍ଦ ଦେବାକୁ ମନା କରିବାରୁ କମିଟିର ସଦସ୍ୟମାନେ ମାରପିଟ ଆରମ୍ଭ କରିଥିଲେ । ଫଳରେ ସନ୍ତୋଷ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ଏହାପରେ ତାଙ୍କୁ ମେଡିକାଳରେ ଭର୍ତ୍ତି କରାଯାଇଛି । ଏ ନେଇ ମାଉସୀ ମା ମାର୍କେଟ କମିଟିର ସଦସ୍ୟମାନେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । କୀନ୍ତୁ ଘଟଣାକୁ ୧୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୋଲିସ ଏବେଯାଏଁ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ । ଏହାକୁ ନେଇ ସ୍ତାନୀୟ ଲୋଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ତେଣୁ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରୁଛନ୍ତି ସ୍ଥାନୀୟ ଲୋକେ । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେମାନେ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।