ପୁଅ ବାପ୍ପା ଦେଲେ ମୁଖାଗ୍ନୀ, ଭାବପ୍ରବଣ ଭିଡିଓ ଭାଇରଲ
ରୀତିନୀତି ଆଜି ମୁମ୍ବାଇର ଭିଲେ ପାର୍ଲେ ଶବଦାହ ଗ୍ରାଉଣ୍ଡରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି ।
(ମୁମ୍ବାଇ) : ପଞ୍ଚଭୂତରେ ଲୀନ ହେଲେ ବଲିଉଡର ପ୍ରସିଦ୍ଧ ଗାୟକ ବାପି ଦା । ପୁଅ ବାପ୍ପା ଲାହିରି ତାଙ୍କୁ ମୁଖାଗ୍ନୀ ଦେଇଛନ୍ତି। ବାପାଙ୍କୁ ଅନ୍ତିମ ବିଦାୟ ଦେଇ ବାପ୍ପା ଦୁଃଖରେ ଭାଙ୍ଗି ପଡିଛନ୍ତି। ରୀତିନୀତି ଆଜି ମୁମ୍ବାଇର ଭିଲେ ପାର୍ଲେ ଶବଦାହ ଗ୍ରାଉଣ୍ଡରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି । ସୋସିଆଲ ମିଡିଆରେ ବାପି ପତ୍ନୀ ଚିତ୍ରାଣୀ ଏବଂ ଝିଅ ରେମାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଭାବପ୍ରବଣ କରୁଛି।
ସୂଚନାନୁଯାୟୀ , ଗୁରୁବାର ପୂର୍ବାହ୍ନରେ ବାପ୍ପା ଏବଂ ତାଙ୍କ ପରିବାର ବାପିଙ୍କ ଶେଷ ରୀତିନୀତି ଏବଂ ଅନ୍ତିମ ସଂସ୍କାର ପାଇଁ ମୁମ୍ବାଇରେ ପହଞ୍ଚିଥିଲେ । ଶେଷ ରୀତିନୀତି ସକାଳ ୯ ଟାରୁ ଲାହିରି ହାଉସରେ ଆରମ୍ଭ ହୋଇଛି।