ଗଣଶିକ୍ଷାମନ୍ତ୍ରୀଙ୍କ ଗାଡିକୁ ପଥରମାଡ ନେଇ ବିଜେଡି ପକ୍ଷରୁ ରାସ୍ତାରୋକ

(ଅମରେନ୍ଦ୍ର ଦେହୁରି): ବେଲବାହାଳିରେ ଗଣେଶ ଭସାଣି ବେଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପଥର ମାରି ତାଙ୍କ ଗାଡ଼ି କାଚ ଭାଙ୍ଗି ଦେଇଛନ୍ତି।

ଗତକାଲି ସନ୍ଧ୍ୟାରେ ବେଲବାହାଳିରେ ଗଣେଶ ଭସାଣି ଅନୁଷ୍ଠିତ ହୋଇଥିଲା। ୧୧ଟି ମେଢ ଏକ ସାଙ୍ଗରେ ଶୋଭାଯାତ୍ରାରେ ବାହାରିଥିଲା। ଶୋଭାଯାତ୍ରା ଶାନ୍ତିଶୃଙ୍ଖଳାର ସହ ଚାଲିଥିବା ବେଳେ କମିଟି ସଦସ୍ୟମାନେ ନୃତ୍ୟଗୀତରେ ମସଗୁଲ ଥିଲେ।

ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଆଜି ଘଟଗାଁ ବିଜେଡି ତରଫରୁ ୨୦ନମ୍ବର ଜାତୀୟରାଜପଥକୁ ସଂପୂର୍ଣ୍ଣ ଅବରୋଧ ରାଯାଇଥିଲା ଜ୍ଝ ଏପରି ଘଟଣାକୁ ବିଜେଡି ତରଫରୁ ନିନ୍ଦା କରାଯାଇଛି ।

ରାସ୍ତାରୋକରେ କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ଆଶିଶ୍ ଚକ୍ର , ଜିଲ୍ଲା ବିଜେଡି ଉପସଭାପତି ଦୁଷ୍ମନ୍ତ ପଲେଇ , ଘଟଗାଁ ବିଜେଡି ଯୁବ ସଭାପତି ଦିଲ୍ଲିପ ମିଶ୍ର ,ସଂଞ୍ଜୟ ମିଶ୍ର ସମେତ ବହୁ ବିଜେଡି କର୍ମୀ ରାସ୍ତାରୋକରେ ସାମିଲ୍ ହୋଇଥିଲେ ।