(ଆଦର୍ଶ ରାଉତ): ଓଡିଶାର ସଂସ୍କୃତି, ଐତିହ୍ୟ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଗୃହ କମିଟିରେ ହାଜର ହୋଇ ନଥିଲେ ଅଭିଜିତଙ୍କୁ ଜାରି କରାଯାଇଥିବା ସ୍ୱାଧିକାର ଭଂଗ ମାମଲାରେ କମିଟିରେ ହାଜର ହେବା ପାଇଁ ଆଉ ଏକ ତାରିଖ ପ୍ରଦାନ କରାଯାଇଥିଲା । ଅକ୍ଟୋବର ୨୩ ତାରିଖ ସକାଳ ୧୧ଟା ସମୟରେ ହାଜର ହେବା ପାଇଁ କମିଟି ନିଷ୍ପତି ନେଇଥିଲା ।
କାଲି ଗୃହ କମିଟିରେ ହାଜାର ହେବାପାଇଁ ଆଜି ଭୂବନେଶ୍ୱରରେ ପହଁଚିବେ ଅଭିଜିତ ଆୟାର । ବିଭିନ୍ନ ସରକାରୀ ଓ ବେସରକାରୀ ଆନୁଷ୍ଟାନିକ ତରଫରୁ ତାଙ୍କୁ ବିରୋଧ କରିବା ଓ ସେ କହିଥିବା ମନ୍ତବ୍ୟ ଉପରେ ସ୍ୱର ଉଠାଇବାର ଯୋଜନା ଅଛି । ତେଣୁ ସେ ଜଦି ନିଜର ସୁରକ୍ଷା ପାଇଁ ପୋଲିସର ସାହାର୍ଯ୍ୟ ମାଗନ୍ତି ପୋଲିସ ଦେବା ପାଇଁ ପ୍ରସ୍ତୁତ ଅଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।