(ମୁମ୍ବାଇ) : ପରଲୋକରେ ବଲିଉଡର ବିଶିଷ୍ଟ ଫିଲ୍ମ ମେକର ରବି ଟଣ୍ଡନ। ଗତକାଲି ଜୁହୁସ୍ଥିତ ବାସଭବନରେ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଦୀର୍ଘ ଦିନ ହେଲା ବୟସାଧୀକ ରୋଗରେ ପୀଡ଼ିତ ଥିଲେ ରବି ଟଣ୍ଡନ । ଏନେଇ ରବିନା ନିଜ ଇନଷ୍ଟାଗ୍ରାମରେ ଶୋକ ପ୍ରକଟ କରିଛନ୍ତି ।
You will always walk with me , I will always be you, I’m never letting go. Love you papa. pic.twitter.com/y7ipML09hO
— Raveena Tandon (@TandonRaveena) February 11, 2022
ସୂଚନାନୁଯାୟୀ , ବାପାଙ୍କ ମୃତ୍ୟରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ରବିନା ଟଣ୍ଡନ ହିଁ ତାଙ୍କ ଶେଷକୃତ ସମ୍ପନ୍ନ କରି ମୁଖାଗ୍ନି ଦେଇଛନ୍ତି। ଏହି ସମୟରେ ଶ୍ମଶାନ ଘାଟରେ ଉପସ୍ଥିତ ଥିବା ରବିନାଙ୍କ ମାତା ବିଣା ଟଣ୍ଡନ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ନିଜ ବାପାଙ୍କ ସହ ସ୍ମୃତି ବଖାଣି ରବିନା କିଛି ଫଟୋ ପୋଷ୍ଟ କରିବା ସହ ଏକ ଇମୋସନାଲ ନୋଟ ବି ଶେଆର କରିଛନ୍ତି। ତୁମେ ମୋ ସହ ସବୁବେଳେ ଚାଲିବ, ମୁଁ ବି ତୁମ ସହ ସବୁବେଳେ ରହିବି, ତୁମକୁ ଏକୁଟିଆ ଯିବାକୁ ଦେବିନି, ଲଭ ୟୁ ପାପା ବୋଲି ଲେଖିଛନ୍ତି। ଏପରି ଦୁଃଖ ସମୟରେ ବହୁ ବଲିଉଡ ସେଲିବ୍ରିଟି ରବିନାଙ୍କୁ ସମବେଦନା ଜଣାଇଛନ୍ତି।