ଆପଣ ଆଉ ପ୍ରେମରେ ପଡିନାହାନ୍ତି ତ. ? ପ୍ରେମରେ ପଡିଲେ ଏମିତି ହୁଏ

(ରିପୋର୍ଟସ ଟୁଡେ) ପ୍ରେମରେ ପଡିଲେ ଯୁବତୀ ଯୁବକଙ୍କ ଚାଲିଚଳଣ, କଥାବାର୍ତ୍ତା ସବୁକିଛି ବଦଳି ଯାଇଥାଏ । ତେବେ ଏହି ପରିବର୍ତ୍ତନ ସମସ୍ତଙ୍କ କ୍ଷେତ୍ରରେ ସମାନ ହୋଇ ନ ଥାଏ ।

ତାହାଲେ ଆସନ୍ତୁ ଜାଣିବା ପ୍ରେମରେ ପଡିଲେ କି ଲକ୍ଷଣ ଦେଖାଦିଏ
 ପ୍ରେମରେ ପଡିଲେ କିଏ ଅଧିକ ଭାବପ୍ରବଣ ହୋଇଯାଏ ତ’ କିଏ ଅଧିକ ଭୁଲାମନ ହୋଇଯାଏ । ଆଉ କେହି କେହି ପ୍ରେମରେ ପଡ଼ିଲେ ଅଧିକ ସୌନ୍ଦର୍ୟ୍ୟ ସଚେତନ ହୋଇଉଠନ୍ତିତ୍‌।
 ଝିଅମାନେ ପ୍ରେମରେ ପଡ଼ିଲେ ପୁରାପୁରି ବଦଳି ଯାଆନ୍ତି । ପ୍ରେମ ହେଲେ ଆଖିରୁ ନିଦ ହଜିଯାଏ ପ୍ରେମରେ ପଡିଲେ ଝିଅମାନେ ରାତିସାରା ଶୋଇ ପାରନ୍ତି ନାହିଁ। ମନରେ ଉତ୍ତେଜନା ସୃଷ୍ଟି ହେବା ଯୋଗୁ ବିଭିନ୍ନ ହରମୋନ କ୍ଷରଣରେ ଅନିୟମିତତା ସୃଷ୍ଟି ହୁଏ। ସେକ୍ସ୍‌ ହରମୋନ୍‌ ଇଷ୍ଟ୍ରୋଜେନ୍‌, ପ୍ରୋଜିଷ୍ଟେରୋନ୍‌ ଏବଂ ଟେଷ୍ଟୋଷ୍ଟେରୋନ୍‌ର ପ୍ରଭାବରେ ଶରୀରକୁ କ୍ଲାନ୍ତି ଆସେନାହିଁ। ଫଳରେ ନିଦ ହଜିଯାଏ।
 ପ୍ରେମରେ ପଡିଲେ ଯୁବତୀ ଯୁବକ ବାରମ୍ବାର ଆଇନା ଆଗରେ ଛିଡା ହୋଇ ବିଭିନ୍ନ ଅଙ୍ଗଭଙ୍ଗୀ କରିବା, ହସିବା ଆଦି କରିଥାନ୍ତି। ପ୍ରେମରେ ପଡିଲେ ରୋମାଣ୍ଟିକ୍‌ ଷ୍ଟୋରୀ, ସଙ୍ଗୀତ ଆଡକୁ ମନ ବେଶୀ ଆକର୍ଷିତ ହୁଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।