ନୟାଗଡ଼ରେ ଅଘୋଷିତ ବିଦ୍ୟୁତ କାଟ ଏବଂ ଲୋ-ଭୋଲ୍ଟେଜ ପ୍ରତିବାଦରେ କଂଗ୍ରେସ ପକ୍ଷରୁ TPCODL ଅଫିସକୁ ଘେରାଉ କରାଯାଇଛି । କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶଙ୍କ ନେତୃତ୍ୱରେ ଛାତ୍ର ଓ ଯୁବ କଂଗ୍ରେସ ନେତା ଏବଂ କର୍ମୀ ମାନେ TPCODL ଅଫିସକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଟାଟାପାଓ୍ବାର ବାରମ୍ବାର ବିଦ୍ୟୁତ କାଟ କରି ଲୋକଙ୍କୁ କଲବଲ କରାଯାଉଛି । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସମୟରେ ଟାଟାପାଓ୍ବାର ମନମୁଖୀ ଶାସନକୁ ବିରୋଧ କରିଛି କଂଗ୍ରେସ । TPCODL କାର୍ଯ୍ୟାଳୟ ଘେରାଉ ବେଳେ କଂଗ୍ରେସ କର୍ମୀ ମାନେ କାର୍ଯ୍ୟାଳୟ ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିସହ TPCODL କାର୍ଯ୍ୟାଳୟକୁ କଂଗ୍ରେସ କର୍ମୀମାନେ ଅଣ୍ଡା ଏବଂ ଟମାଟୋ ମାଡ଼ କରିଛନ୍ତି । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।
