ଆମ୍ବ ମେଳା,ଗାଁ ଆମ୍ବ ପସରା -୨୦୨୬ ଉଦ୍ଘାଟିତ

ପାରଳାଖେମୁଣ୍ଡି ସହର ନିକଟସ୍ଥ ଗୁଣ୍ଡିଚା ବାଡ଼ି ଠାରେ ଜିଲ୍ଲାସ୍ତରୀୟ ଆମ୍ବ ମେଳା,ଗାଁ ଆମ୍ବ ପସରା -୨୦୨୬ ଶୁଭ ଉଦଘାଟନ ହୋଇଯାଇଛି। ଉକ୍ତ ମେଳାକୁ ପାରଳାଖେମୁଣ୍ଡି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ ,ପାରଳା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀଦ୍ର ହୋନନାଗା ,ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଡିପିଏମ୍ ଓଏଲ୍ଏମ୍ ଶ୍ରୀ ଟିମନ୍ ବାରା ଓ ଡେପୁଟି ସିଇଓ ଓରର୍ମାସ୍ ଶ୍ରୀ ଆଶିଷ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ORMAS) ପକ୍ଷରୁ ଆୟୋଜିତ ମେଳାରେ ଗଜପତି ଜିଲ୍ଲାର ପ୍ରାକୃତିକ ଭାବରେ ଚାଷ ହେଉଥିବା ବିଭିନ୍ନ ପ୍ରକାରର ଆମ୍ବକୁ ଜନସାଧାରଣ ଲୋକଙ୍କ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ମେଳା ଆୟୋଜନ କରାଯାଉଛି। ଏହି ପ୍ରଦର୍ଶନୀ ସହ ବିକ୍ରୟ ଆଉଟଲେଟ୍ ଆମ୍ବ ଚାଷ, ପ୍ରକ୍ରିୟାକରଣ ଏବଂ ମୂଲ୍ୟ ବୃଦ୍ଧି କାର୍ଯ୍ୟକଳାପରେ ନିୟୋଜିତ ସ୍ୱୟଂ ସହାୟକ ଗୋଷ୍ଠୀ, ପ୍ରୋତ୍ସାହନ ପାଇଁ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ପ୍ରଦାନ ହୋଇପାରିବ।

ଗଜପତିର ଆମ୍ବ ଏହାର ସମୃଦ୍ଧ ସ୍ୱାଦ, ଜୈବିକ ପ୍ରକୃତି ଆମ୍ବ ଲେଙ୍ଗେଡା, ଦସେରି,ଲାଲସୁନ୍ଦରୀ, ଆମ୍ରପଲ୍ଲୀ, ହାତିମୁଣ୍ଡା, ଆଖୁରସ ଏବଂ ବାଇଗଣପଲ୍ଲୀ ଭଳି ବିଭିନ୍ନ ପ୍ରକାରର ଦେଶୀ କିସମର ଉପଲବ୍ଧତା ଯୋଗୁଁ ଗ୍ରାହକଙ୍କ ସ୍ୱାଦ କଳିରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ମେଳା ଆଜି ଠାରୁ ତା.୨୯ ମଇ ୨୦୨୬ ରୁ ୨ ଜୁନ ୨୦୨୬ ପର୍ଯ୍ୟନ୍ତ ପାଞ୍ଚଦିନ ଧରି  ଗୁଣ୍ଡିଚା ବାଡିରେ ଆମ୍ବ ମେଳା ଆୟୋଜନ ହେଉଛି। ଏହି ମେଳାରେ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।