ସ୍ୱାଧୀନତା ଦିବସରେ ସଂକଳ୍ପ ନେଲେ ଅପରାଜିତା

(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ) : ଆଜି ୭୩ ତମ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ଏକ ସଂକଳ୍ପ ନେଇଛନ୍ତି । ଚଳିତ ସ୍ୱାଧୀନତା ଦିବସରୁ ସେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗିନ ଉନ୍ନତି କରିବା ନେଇ ସଂକଳ୍ପ ନେଇଛନ୍ତି । ଆସନ୍ତା ସ୍ୱାଧୀନତା ଦିବସ ତଥା ଏକ ବର୍ଷ ମଧ୍ୟରେ ଏହାର ରିପୋର୍ଟ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରବା ନେଇ ଗଣମାଧ୍ୟମରେ କହିଛନ୍ତି । ପ୍ରମୁଖ ଭାବେ ଖୋର୍ଦ୍ଦା ଅଂଚଳରେ ରାସ୍ତା କାମ ଓ ଉଭରବ୍ରିଜ ଉପରେ ଗୁରୁତ୍ୱ ଦେବା ସହିତ ସମଗ୍ର ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ଉପଲବ୍ଧ କରିବା ପାଇଁ କାର୍ଯ୍ୟ କରିବେ ।