ଟାଙ୍ଗୀ / ରାକେଶ କୁମାର ଜଗଦେବ : ବାଇକରେ ଯାଉଥିବା ବେଳେ ଆକ୍ରମଣ କରିଥିଲା ହାତୀ । ଜୀବଳ ବିକଳରେ ବାଇକ ଛାଡି ପାଳାଇଲେ ବାଇକ ଆରୋହି । ଅଳ୍ପକେ ବଞ୍ଚି ଗଲେ ସମ୍ପର୍କୀୟ । ରାସ୍ତାରେ ଯାଉଥିବା କାର ଚାଳକ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ । ତେବେ ହାତୀ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଚାନ୍ଦପୁର ଥାନା ବୋକାଖାଇ ଗ୍ରାମର ସର୍ବେଶ୍ୱର ଦାମ୍ବଳ । ସୂଚନା ଅନୁଯାୟୀ, ରଣପୁର ଚାନ୍ଦପୁର ରାସ୍ତାର ରାଇପଡା ନିକଟରେ ହଠାତ ଏକ ଦନ୍ତା ହାତୀ ବାହାରି ଆସି ବାଇକ କୁ ଆକ୍ରମଣ କରିଥିଲା । ବାଇକ ଚାଳକ ଜଣକ ବାଇକ ଛାଡି ଦୌଡ଼ି ପଳାଇ ଜୀବନ ବଞ୍ଚାଇ ଥିଲେ । ହେଲେ ସର୍ବେଶ୍ୱର ହାତୀ ହାବୁଡ଼ରେ ପଡି ଯାଇଥିଲେ । ସର୍ବେଶ୍ୱରକୁ ହାତୀ ଆକ୍ରମଣ କରିଥିଲା । ଘଟଣା ଦେଖି ଜଣେ କାର ଚାଳକ ହୋ ହାଲା କରିଭାରୁ ହାତୀ ଟି ପଳାଇ ଥିଲା ରାସ୍ତା ଉପରୁ । ସର୍ବେଶ୍ୱରକୁ ଉଦ୍ଧାର କରି କାର ଚାଳକ ନିଜ ଗାଡ଼ିରେ ଆଣି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ସର୍ବେଶ୍ୱରଙ୍କର ଗୋଡ଼ରେ ଗଭୀର କ୍ଷତ ହୋଇଛି । ତାଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡିଛି ।