ଆଠଗଡ଼ରେ ପଥ ଉତ୍ସବ ଜରିଆରେ ଭୋଟରଙ୍କୁ ସଚେତନ ବାର୍ତ୍ତା

ଆଠଗଡ (ଅଶୋକ ମଲ୍ଲିକ) : ଭୋଟର ତାଲିକା ସଂଶୋଧନ ଅଭିଯାନ ଡିସେମ୍ବର ୯ ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ଅଧ୍ୟକ୍ଷତାରେ ଅଠଗଡ଼ ବିଜ୍ଞାପିତ ଅଂଚଳରେ ‘ପଥ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଯୁବ ତଥା ନୂତନ ଭୋଟରମାନଙ୍କର ଭୋଟର ତାଲିକାରେ ନାମ ପଞ୍ଜୀକରଣ ଏବଂ ଏ ବାବଦରେ ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ବିଶାଳ ରାଲି ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଠାରୁ ବାହାରିଥିଲା । ସହର ପରିକ୍ରମା କରି ଏନ.ଏ.ସି କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ  ଯାଇଥିଲା। ଏହି ଅବସରରେ ବିଭିନ୍ନ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପେଣ୍ଟିଂ, ରଙ୍ଗୋଲି, ଝୋଟି, କୁଇଜ୍ ଏବଂ ଆୟୋଜନ କରାଯିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀ, ଶିକ୍ଷକଶିକ୍ଷୟିତ୍ରୀ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତା ଓ  ଗଣମାଧ୍ୟମ ର ପ୍ରତିନିଧି ମାନେଭାଗ ନେଇଥିଲେ।