ଆଜି ଆକାଶଙ୍କ ଜନ୍ମଦିନ

( ମମତା ସାମଲ): ଆଜି ହେଉଛି ଓଲିଉଡ ଅଭିନେତା ତଥା ବିଜେଡି ବିଧାୟକ ଆକାଶ ଦାସ ନାୟକଙ୍କ ଜନ୍ମଦିନ । ୧୯୮୧ ମସିହାରେ ଆଜିର ଦିନରେ ସେ ଯାଜପୁର ରୋଡ୍ଠାରେ ଜନ୍ମ ହୋଇଥିଲେ। ସେ ୨୦୦୮ରେ ଓଲିଉଡ୍ରେ ଏଣ୍ଟ୍ରି କରିଥିଲେ। ତାଙ୍କର ପ୍ରଥମ ଫିଲ୍ମର ନାମ ‘କଳିଙ୍ଗ ପୁତ୍ର’। ତାଙ୍କର ଅନ୍ୟଫିଲ୍ମ ମଧ୍ୟରେ ରହିଛି- ‘ସତ୍ୟମେବ ଜୟତେ’, ‘ଶତ୍ରୁ ସଂହାର’, ‘ଶୁଭ ବିବାହ’, ‘ଆସିବୁ କେବେ ସାଜି ମୋ ରାଣୀ’, ‘ଆଲୋ ମୋର କଣ୍ଢେଇ’, ‘ଶପଥ’, ‘ଖିଲାଡ଼ି’, ‘ଧର୍ମ’, ‘ମିତ ବସିଛି ଭୂତ ସାଥୀରେ’, ‘ସଂଗ୍ରାମ’, ‘ତୁ କହିବୁ ନା ମୁଁ’, ‘ଅଗସ୍ତ୍ୟ’ ଓ ‘ଜଷ୍ଟ୍ ମହବତ୍’।

‘କଳିଙ୍ଗ ପୁତ୍ର’ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ୨୦୧୪ ବିଧାନସଭା ନିର୍ବାଚନରେ ସେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟ୍ରେ ଲଢ଼ି ବିଜୟୀ ହୋଇଥିଲେ। ଗତକିଛି ବର୍ଷ ହେବ ଆକାଶ ତାଙ୍କ ଜନ୍ମଦିନ ବୃଦ୍ଧାଶ୍ରମ କିମ୍ବା ଅନାଥଶ୍ରମରେ ପାଳନ କରିଆସୁଛନ୍ତି । ଜୀବନର ଖାସ ଦିନଟିକୁ ସେ ସେହିମାନଙ୍କ ସହିତ କାଟନ୍ତି । ଏଥର ମଧ୍ୟ ସେ ନିଜର ଜନ୍ମଦିନଟିକୁ ସେହିମାନଙ୍କ ସହ କାଟିଛନ୍ତି ।