ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଚିଠି ଲେଖିଲେ ସ୍କୁଲ ଓ ଗଣ ଶିକ୍ଷା ସଚିବ,ଆଡମିସନ ବେଳେ ଆବଶ୍ୟକ ନାହିଁ ଆଧାର କାର୍ଡ
ଭୁବନେଶ୍ୱର:ସ୍କୁଲରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଗଣଶିକ୍ଷା ସଚିବ । ଆଧାର କାର୍ଡ ଥାଉ ବା ନଥାଉ ସ୍କୁଲରେ ନାମ ଲେଖାଇ ହେବ ବୋଲି ଗଣଶିକ୍ଷା ବିଭାଗ କହିଛି ।
ଚଳିତ ଶିକ୍ଷାବର୍ଷ ଆରମ୍ଭ ହୋଇ ସାରିଥିବା ବେଳେ ନାମଲେଖା ଜାରି ରହିଛି । ନାମଲେଖାକୁ ସହଜ ଓ ସରଳ କରିବା ଲାଗି ପୂର୍ବରୁ ନିର୍ଦ୍ଦେଶ ଦିଆ ଯାଇଥିଲା । କେତେକ ସ୍କୁଲରେ ନାମଲେଖା ସମୟରେ ଅଭିଭାବକଙ୍କୁ ପ୍ରଧାନଶିକ୍ଷକ ଆଧାରକାର୍ଡ ମାଗୁଥିବା ନଜରକୁ ଆସିଛି । ତେବେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ଆଧାରକାର୍ଡ ବିନା ନାମଲେଖା ହୋଇ ପାରିବ ବୋଲି ସଚିବ ସବୁ ଜିଲ୍ଲାର ଡିଇଓଙ୍କୁ ଚିଠି କରିଛନ୍ତି ।ପରେ ଆଧାରକାର୍ଡ ପ୍ରସ୍ତୁତ କରି ଜମା କରିପାରିବେ ଛାତ୍ରଛାତ୍ରୀ ।
ତେଣୁ ଆଧାରକୁ ବାଧ୍ୟତାମୂଳକ ନ କରିବା ପାଇଁ ଗଣଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପରେ ଆଧାରକାର୍ଡ ପ୍ରସ୍ତୁତ କରି ଜମା କରିପାରିବେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ସୁରୁଖୁରୁରେ ନାମଲେଖା ପାଇଁ ଏବାବଦରେ ପ୍ରଧାନଶିକ୍ଷକମାନଂକୁ ଅବଗତ କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଂକୁ ନିର୍ଦ୍ଦେଶ ରହିଛି । ଏଥିରେ ଖିଲାପ କଲେ ତାକୁ ଗୁରୁତ୍ବର ଭାବେ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।