କରଞ୍ଜିଆ/ବସନ୍ତ କୁମାର ସୋରେନ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଅଜଣା ଗାଡି ଧୋକାରେ ମା’ ମୃତ୍ୟୁ ବାପା ଏବଂ ୪ ମାସର ବାଳକ ଅଳ୍ପକେ ବର୍ତ୍ତିଲେ | ଏପରି ଦୁଃଖଦ ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଧକୋଟା ଛକ ନିକଟରେ | ଆଜି ପୂର୍ବାହ୍ନ ୧୨ଘଟିକା ସମୟରେ ଇନ୍ଦପୁର ଗ୍ରାମର ପ୍ରାଣବନ୍ଧୁ ନାଏକ ଏବଂ ମଲ୍ଲୀ ନାଏକ ନିଜ ୪ ମାସର ପୁଅକୁ ମେଡ଼ିକାଲ ଦେଖାଇ ଏକ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ଧୋକୋଟା ଛକ ନିକଟରେ ଅଜଣା ଗାଡି ଧୋକା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା |
ଗାଡି ଧକାରେ ମୋଲ୍ଲୀ ନାଏକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ସ୍ୱାମୀ ଏବଂ ୪ ମାସର ପୁଅ ଅଳ୍ପକେ ବର୍ତୀ ଯାଇଛନ୍ତି | ତେବେ ସେଠାରୁ ୪ମାସର ବାଳକ ଏବଂ ଆହତ ବାପାଙ୍କୁ ଉଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାତର କରାଯାଇଛି |
ଘଟଣା ସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ଶବ ଜବତ କରିବା ସହିତଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣା ଘଟାଇ ଥିବା ଗାଡିର କୌଣସି ସୁରାକ ପାଇ ପାରିନି ପୋଲିସ । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।