ଗଣିଆ ଥାନା ଅନ୍ତର୍ଗତ ତଳବଜାର ସ୍ଥିତ ଚଉବଙ୍ଗ ତୋଟା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଶୁକ୍ରବାର ଦିନ ଘଟିଯାଇଛି। ଏକ ଚାରା ବୋଝେଇ ଆଇଚର ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚlଳକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।ମିଳିଥିବା ସୂଚନା ଅନୁସାରେ, ଗୁରୁତର ଆହତ ଯୁବକ ଜଣକ ହେଲେ ବିଷ୍ଣୁ ପ୍ରସାଦ ପୃଷ୍ଟି (୨୪)। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଚିନ୍ତାଜନକ ଥିବାରୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଦୁର୍ଘଟଣାରେ ଆହତ ନୟାଗଡ଼ ଲକ୍ଷ୍ମୀ ପ୍ରସାଦ ର ଅନ୍ୟ ଜଣେ ଯୁବକ ଆଦିତ୍ୟ ପ୍ରସାଦ ସାହୁ (୨୫) ବର୍ତ୍ତମାନ ଗଣିଆ ଗୋଷ୍ଠୀ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
ବାଇକ ଚଳକ ଙ୍କ ମୁଣ୍ଡରେ ଆଘlତ ଓ ବାମ ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଥିଲା l ହୋଇଥିବା ବେଳେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଗଣିଆ ଥାନା ଅଧିକlରୀ ଟଙ୍କଧର ଛତ୍ରୀଆ, ଏସ ଆଇ ଶ୍ୟାମ ସୁନ୍ଦର ପ୍ରଧାନ, ଏ ଏସ ଆଇ ସାହା ଆଲାମ ଖାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇବା ସହ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏ ପଟେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଥିବା ପୁଲିସ ପକ୍ଷରୁ ସୂଚନା ମିଳିଥିଲା l