ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇରଙ୍ଗପୁର (ସତ୍ୟନାରାୟଣ ପାଲ) : ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ।  ଅଧିକରୁ ଅଧିକ ଯୁବ ଭୋଟର ତଥା  ମହିଳା,ଦିଵ୍ଯାଙ୍ଗ,ଅସଚେତନ ଭୋଟରମାନେ ଭୋଟଦାନରେ ସାମିଲ ହେବେ ଏବଂ ଭୋଟର ପଂଜିକରଣ କରାଇପାରିବେ ସେ ନେଇ ସଚେତନ କାର୍ଯ୍ୟାକ୍ରମ ହୋଇଛି ।  ଏହି ଭୋଟର ସଚେତନତା କାର୍ଯ୍ୟକ୍ରମକୁ ବାମନଘାଟୀ ଉପଜିଲ୍ଲାପାଳ  ସରୋଜ ଦାସଙ୍କ  ପୌରହିତ୍ୟରେ  ଏକ ଭୋଟର ସଚେତନତା  କାର୍ଯ୍ୟକ୍ରମ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ସରୋଜ ଦାସ ଶୁଭ ଉଦ୍ଘାଟନ  କରିଥିବାଵେଳେ ମଂଚ ପରିଚାଳନାରେ ଶିକ୍ଷକ ରଂଜନ ନନ୍ଦଙ୍କ ସହ ଅନ୍ୟାନ୍ୟ  କାର୍ଯ୍ୟକ୍ରମରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଜୟ ରାମ,ରୋଟାରୀ କ୍ଳବ୍ ସଭାପତି କାଳିପ୍ରସନ୍ନ ମହାନ୍ତି, ଏବଂ ଅନ୍ୟାନ୍ୟ ଗଣ୍ୟ ବ୍ୟକ୍ତିମାନେ ସହଯୋଗ କରିଥିଲେ ।

ରାଇରଙ୍ଗପୁର ଦୁର୍ଗାମଣ୍ଡପ ଛକରୁ ଗୋଲେଇ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ପଥୋତ୍ସବ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇ ଯୁବ ଭୋଟର ମାନଙ୍କୁ ଭୋଟ ଦେବା ବାବଦରେ ସଚେତନ କରାଇବା ସହ ବିଭିନ୍ନ ବାର୍ତା ଦେଇଥିଲେ।

ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ହୃଦୟ ସ୍ପର୍ଶୀ କରିବାକୁ ଯାଇ ବିଭିନ୍ନ ପ୍ରକାରର ଖେଳକୁଦ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ପଥପ୍ରାନ୍ତ ନାଟକ ନୃତ୍ୟ ପରିବେଷଣ, ମତଦାନ ସମ୍ବନ୍ଧୀୟ ସଚେତନଧର୍ମୀ ବାର୍ତ୍ତା ବହନ କରୁଥିବା ଦେଖିବାକୁ ମିଳିଥିଲା ।  ରଙ୍ଗୋଲି ,ବାଲୁକା ଶିଳ୍ପ,ହୋର୍ଡିଙ୍ଗ ,ବେନର, ଫଟୋଚିତ୍ର,ଲୋକକଳା ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯାଇଥିଲା । ତଦସହ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇ ଯେଉଁଥିରେ ୧୭+ ଭୋଟରମାନେ  ନାମ ପଂଜୀକରଣ ସହ ଭୋଟର ତାଲିକାରେ ବିଭିନ୍ନ ସଂଶୋଧନ ସମ୍ବନ୍ଧୀୟ ପ୍ରକ୍ରିୟା ଜନସାଧାରଣଙ୍କୁ ଅବଗତ କରିଥିଲେ । ମୋବାଇଲ୍ ଫୋନ ଦ୍ବାରା ଏସବୁ କାର୍ଯ୍ୟ କିପରି ହୋଇପାରିବ ସେ ବିଷୟରେ ସହାୟତା ଯୋଗାଇ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ସଫଳ  କରିବାରେ ,ପୋଲିସ ପ୍ରଶାସନ ସମସ୍ତ ସାମ୍ବାଦିକ, ଯୁବଗୋଷ୍ଠୀମାନେ ,ଅଂଚଳବାସୀଙ୍କ ସହଯୋଗ ଓ ସଫଳ କରିବାରେ  ଉପଜିଲ୍ଲାପାଳ ସରୋଜ ଦାସ  ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ  ।ପୋଲିସ ତରଫରୁ ଏସଡିପିଓ  ଗୋକୁଳାନନ୍ଦ ସାହୁ , ରାଇରଙ୍ଗପୁର ଆଦର୍ଶ ଥାନା ଆଇଆଇସି ରୋଜାଲିନ ବେହେରା, ଏବଂ ଅନ୍ୟ ପୋଲିସ ଷ୍ଟାଫ୍ ଶାନ୍ତି ଶୃଙ୍ଖଳା ପ୍ରତି ଗୁରୁତ୍ବ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିଭାଗୀୟ ଅଧିକାରୀ ସହକାରୀ  ଜିଲ୍ଲାପାଳ ରମେଶ  ଚନ୍ଦ୍ର ନାୟକ, ଉମାକାନ୍ତ  ପାତ୍ର, ପ୍ରସାଦ ବେହେରା,ଦୁର୍ଗାପ୍ରସାଦ ଦାସ,ଗୌରୀ ଶଙ୍କର ସାମନ୍ତରାୟ, ପ୍ରିୟଙ୍କା ଗୁପ୍ତା, ରେବତୀ ମୁର୍ମୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।