କଟକ: ମୁକୁଳା ଡ୍ରେନରେ ପଡି ଜଣେ ମୃତ । କଟକ ବାରପଥର ଅଞ୍ଚଳରେ ମୁକୁଳା ଡ୍ରେନରେ ପଡି ଜଣଙ୍କର ମୃତ୍ୟୁ । କର୍ମଚାରୀ ଜଣଙ୍କ ଡ୍ରେନ ନିକଟରେ ସଫେଇ କରୁଥିବା ବେଳେ ଖସି ପଡି ମୃତ୍ୟୁ । ସଂପୃକ୍ତ ବ୍ୟକ୍ତିଙ୍କୁ ମିଶାଇ ଗତ ୪ ଦିନ ମଧ୍ୟରେ ମୁକୁଳା ଡ୍ରେନରେ ପଡି ୨ଜଣଙ୍କର ମୃତ୍ୟୁ ହେଲାଣି । ମୃତକ ଜଣକ ହେଉଛନ୍ତି ଜାଇକାରେ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀ । ବ୍ୟକ୍ତି ଜଣଙ୍କ ଡ୍ରେନରେ ପଡିବାର କିଛି ସମୟ ମଧ୍ୟରେ ସ୍ଥାନୀୟ ଲୋକ ଜାଣିବାକୁ ପାଇ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା । ହେଲେ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କରିବାରେ ବିଳମ୍ବ କରିବା କାରଣରୁ ବ୍ୟକ୍ତିଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି ।